ମୁକୁଳା ପଡ଼ିଛି ପାର୍କି˚ସ୍ଥଳ: ରାଜସ୍ବ ହରାଉଛି ବିଏମ୍‌ସି, ବଢ଼ି ଚାଲିଛି ସମସ୍ୟା 

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର। କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରରେ ସଦାସର୍ବଦା ଟ୍ରାଫିକ୍‌ ସମସ୍ୟା ସାଙ୍ଗକୁ ପାର୍କି˚ ଅବ୍ୟବସ୍ଥା ଲାଗିରହୁଛି। ସହରରେ ଦୈନିକ ଲକ୍ଷଲକ୍ଷ ଲୋକଙ୍କ ସମାଗମ ସାଙ୍ଗକୁ ହଜାର ହଜାର ଯାନବାହାନ ଯାତାୟାତ କରିଥାଏ। ସେପଟେ ଛୋଟ ଛୋଟ ବ୍ୟବସାୟୀ ରାସ୍ତାକଡ଼ରେ ଜବରଦଖଲ କରି ଦୋକାନ ବଜାର କରିଛନ୍ତି। ଯାହା ଦ୍ବାରା ଯାତାୟାତରେ ନାନା ଅସୁବିଧା ସୃଷ୍ଟି ହେଉଛି। ଦୁଇଚକିଆ ଗାଡ଼ି ବ୍ୟତୀତ ଭାରୀଯାନ ବଜାରକୁ ପ୍ରବେଶ କରୁନଥିବା ବେଳେ ଗାଡ଼ି ରଖିବାକୁ ସ୍ଥାନ ମଧ୍ୟ ମିଳୁ ନାହିଁ। ସମସ୍ତ ଦୋକାନ ଆଗରେ ନୋ-ପାର୍କି˚ ବୋର୍ଡ ଲାଗିଛି। କିନ୍ତୁ ପାର୍କିଂସ୍ଥଳ ନଥିବାରୁ ବାଧ୍ୟ ହୋଇ ଲୋକେ ଦୋକାନ ସାମ୍ନାରେ ଗାଡ଼ି ରଖୁଛନ୍ତି। ଏଥିପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ପ୍ରମୁଖ କେତେକ ସ୍ଥାନରେ ପାର୍କି˚ସ୍ଥଳୀ ନିର୍ମାଣ କରିଛି। ଏଠାରେ ଯାନାବହାନ ସୁରକ୍ଷିତ ରହିବା ସହ ବଜାରରେ ଗହଳି ମଧୢ କିଛି ପାରିମାଣରେ କମିବ ବୋଲି ଆଶା କରାଯାଇଥିଲା। କିନ୍ତୁ ତାହା ଫଳପ୍ରଦ ହୋଇନାହିଁ। ଗତ କିଛିବର୍ଷ ମଧୢରେ ସହରରେ ଥିବା ସମସ୍ତ ୯ଟି ପାର୍କି˚ସ୍ଥଳୀରୁ ରାଜସ୍ବ ଆଦାୟ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ସହରର ପ୍ରମୁଖ ସ୍ଥାନ ଗୁଡ଼ିକ ମଧୢରେ ଅନ୍ନପୂର୍ଣ୍ଣା ବଜାର, ମୟୁରୀ ଟାଵାର ଛକରୁ ଏସଏନଟି ରୋଡ଼, କମଳବାରୀ ସାହି, ପୁରୁଣା ବସଷ୍ଟାଣ୍ତର ଦୁଇଟି ସ୍ଥାନ, ଗାନ୍ଧୀନଗର ମୁଖ୍ୟରାସ୍ତା, କମାପଲ୍ଲୀ ଓଭରବ୍ରିଜ, ଜିଲ୍ଲା କୋର୍ଟ ନିକଟ, ବିଜୁ ପଟ୍ଟନାୟକ ପାର୍କ ଭଳି ସ୍ଥାନରେ ବିଏମସି ପକ୍ଷରୁ ପାର୍କିସ୍ଥଳୀ ପାଇଁ ସ୍ଥାନ ନିରୂପଣ କରାଯାଇଛି। ପାର୍କି˚ସ୍ଥଳୀରୁ ନିଗମକୁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହେଉଥିବା ବେଳେ ସ˚ପ୍ରତି ୨୦୧୭ରୁ ଉକ୍ତ ପାର୍କି˚ସ୍ଥଳୀରୁ ରାଜସ୍ବ କ୍ରମଶଃ ହ୍ରାସ ହେବାରେ ଲାଗିଛି। ଏହାର ପ୍ରମୁଖ କାରଣ ହେଲା ଟେଣ୍ଡର୍‌ ଆହ୍ବାନ ହେଲେ କୌଣସି ସଂସ୍ଥା ଏଥିରେ ସାମିଲ୍‌ ହେଉ ନାହାନ୍ତି। ଫଳରେ ପାର୍କିଂସ୍ଥଳୀ ଗୁଡ଼ିକ ବ୍ୟବହାର ହୋଇପାରୁ ନାହିଁ।

୨୦୧୭-୧୮ରେ ୬ଲକ୍ଷରୁ ଊର୍ଦ୍ଧ୍ବ ରାଜସ୍ବ ଆଦାୟ ହୋଇଥିବା ବେଳେ ୨୦୧୮-୧୯ରେ ଏହା କମି ୫ଲକ୍ଷ ୯୫ହଜାରରେ ସୀମିତ ରହିଥିଲା। ସେହିଭଳି ୨୦୧୯-୨୦ରେ ଏହା ୩ଲକ୍ଷ ୯୪ହଜାର ହୋଇଥିବା ବେଳେ ୨୦୨୦-୨୧ରେ ରାଜସ୍ବ ଆଦାୟ ଠପ୍‌ ହୋଇଯାଇଛି। ଚଳିତବର୍ଷ ଆରମ୍ଭରୁ ଉକ୍ତ ସମସ୍ତ ପାର୍କି˚ସ୍ଥଳୀ ଗୁଡିକ ମୁକୁଳା ପଡ଼ିଥିବା ବେଳେ ନିଗମ ପକ୍ଷରୁ ଦୁଇଦୁଇଥର ଟେଣ୍ତର କରାଯାଇଥିଲେ ସୁଦ୍ଧା କୌଣସି ସଂସ୍ଥା ଏଥିରେ ସହଯୋଗ କରୁନଥିବା ଜଣାପଡିଛି। କେବଳ ସେତିକି ନୁହଁ କିନ୍ନରଙ୍କୁ ସ୍ବାବଲମ୍ବୀ କରିବା ନେଇ ନିଗମ ପକ୍ଷରୁ ସହରର ପାର୍କି˚ସ୍ଥଳୀ ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ଅଗଷ୍ଟ ପହିଲାରୁ କାର୍ଯ୍ୟ ଆରମ୍ଭ ହୋଇ ପ୍ରଥମ ଦିନରେ ୩ଶହ ୧ଜଣଙ୍କ ଠାରୁ ପାର୍କି˚ ଫି ବାବଦରେ ୧୫ଶହ ୮୫ଟଙ୍କା ଆଦାୟ କରାଯାଇଥିଲା। କିନ୍ନର ସ˚ଘର ଦୁଇଟି ସ୍ବୟ˚ସହାୟିକା ଗୋଷ୍ଠୀ ତାରାତାରିଣୀ ଓ ବୋହୂଚୋରି ତରଫରୁ ୧୦ଜଣ ଲେଖାଏଁ ସଦସ୍ୟଙ୍କୁ ୪ଟି ସ୍ଥାନ‌ରେ ନିୟୋଜିତ କରାଯାଇଥିଲା। ଅନ୍ନପୂର୍ଣ୍ଣା ବଜାର, ପୁରୁଣା ବସଷ୍ଟାଣ୍ତ, ଗାନ୍ଧୀନଗର ସାଇକମ୍ପ୍ଳେକ୍ସ ଓ ମୟୁରୀ ଟାଵର ସ୍ଥାନରୁ ପାର୍କି˚ ଫି ଆଦାୟ କରିଥିଲେ।

ଆଦାୟ ଅର୍ଥରୁ ୫ପ୍ରତିଶତ କମିସନ ଆକାରରେ ଦେବା ପାଇଁ ଚୁକ୍ତି ହୋଇଥିଲା। ପାର୍କିଂ ଦର ସହିତ ସମସ୍ତ ତଥ୍ୟ ଏମ-ପିଓଏସ୍‌ ମେସିନରେ ରେକର୍ଡ ହୋଇ ଥିବା ବେଳେ କିନ୍ନରମାନେ କ୍ୟାସ‌୍ କିମ୍ବା ଏଟିଏମ୍‌ ଜରିଆରେ ଭଡ଼ା ଆଦାୟ କରୁଥିଲେ। ବିଭାଗୀୟ ଅଧିକାରୀ ଏହାର ସମ୍ପୂର୍ଣ୍ଣ ବିବରଣୀ ସହଜରେ ପାଇପାରୁ ଥିଲେ। କିନ୍ତୁ କିଛି ଦିନ ମଧ୍ୟରେ ନିଗମ ପକ୍ଷରୁ ଏହି ଅତ୍ୟାଧୁନିକ ବ୍ୟବସ୍ଥା ବିଫଳ ହୋଇଥିଲା। ଏହାର କାରଣ କିନ୍ନରମାନଙ୍କୁ ୫ପ୍ରତିଶତ କମିସନ୍‌ ସୁହାଇ ନଥିଲା। କିନ୍ନରମାନଙ୍କ ପକ୍ଷରୁ ୨୫ପ୍ରତିଶତ କମିସନ ଦାବି କରାଯାଇଥିଲେ। କିନ୍ତୁ ବିଏମ୍‌ସି ତାହା ପ୍ରଦାନ କରିବାରେ ଅନିଚ୍ଛା ପ୍ରକାଶ କରିବାରୁ କିନ୍ନମାନେ ଏହି ଦାୟିତ୍ବରୁ ଓହରି ଯାଇଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ ୨୦୨୦-୨୧ ଆର୍ଥିକ ବର୍ଷ ଆରମ୍ଭରୁ ହିଁ ପାର୍କିଂ ଫି’ ଆଦାୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଫଳରେ ବିଏମ୍‌ସି ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଇଛି। ଏବେ ପାର୍କିଂସ୍ଥଳରେ ମନଇଚ୍ଛା ଗାଡ଼ି ରଖାଯିବା ସହିତ ଚୋରି ମଧ୍ୟ ବଢ଼ୁଛି। ଏଣୁ ଏ ଦିଗରେ ବିଏମ୍‌ସି ଦୃଷ୍ଟି ଦେଇ କିଛି ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲାରେ ଦାବି ହୋଇଛି।

ସମ୍ବନ୍ଧିତ ଖବର