ଅବକାରୀ କମମିସନରଙ୍କ ସମୀକ୍ଷା: ୧୩ ଦିନରେ ସାଢ଼େ ପାଞ୍ଚ କୋଟିର ନିଶା ସାମଗ୍ରୀ ଜବତ

କଟକ : ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ରାଜ୍ୟରୁ ମାତ୍ର ୧୩ ଦିନ ଭିତରେ ୫ କୋଟି ୬୦ ଲକ୍ଷ ଟଙ୍କା ନିଶା ସାମଗ୍ରୀ ଜବତ କରିସାରିଲାଣି। ସହରାଞ୍ଚଳର ବସ୍ତି ଅଞ୍ଚଳରେ ଚୋରା ଅପମିଶ୍ରିତ ମଦ କାରବାର ହେବାର ଯଥେଷ୍ଟ ଆଶଙ୍କା ଥିବାରୁ ଅବକାରୀ ବିଭାଗ ଏଥିପ୍ରତି ସତର୍କ ରହିବାକୁ ସାରା ରାଜ୍ୟରେ ଚଢ଼ାଉ ଜୋରଦାର କରିଛି। ନିଶା କାରବାର ହେଉଥିବା ସନ୍ଦିଗ୍ଧ ସ୍ଥାନମାନଙ୍କରେ ଚଢ଼ଉ କରିବା ସହିତ ୨୪ ଘଣ୍ଟିଆ ନଜର ରଖିବାକୁ ଅବକାରୀ କମିସନର ଆଶିଷ କୁମାର ସିଂହ ଆଜି ଏକ ବୈଠକରେ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ପୌର ନିର୍ବାଚନ ସମୟରେ ଯେଭଳି ବେଆଇନ ଏବଂ ଅପମିଶ୍ରିତ ମଦର ଚୋରା କାରବାର ରୋକାଯାଇପାରିବ ସେଥିପାଇଁ ରାଜ୍ୟରେ ଅବକାରୀ ବିଭାଗର ଚଢ଼ଉ ଯୋରଦାର ଉଦ୍ଦେଶ୍ୟରେ ଆଜି ଏକ ବୈଠକ ଅବକାରୀ କମିସନରଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା। ଏହି ବୈଠକରେ ଗଲା ଗଲା ୧୩ ଦିନ ଭିତରେ ଅବକାରୀ ବିଭାଗର ଅପରାଧ ସମୀକ୍ଷା କରାଯାଇଥିଲା। ୧୩ ଦିନ ଭିତରେ ମୋଟ ୧୧୯୮ ଜଣଙ୍କୁ ଗିରଫ କରିଥିବା ବେଳେ ୧୪୩୦ଟି ମାମଲା ରୁଜୁ କରିଛି। ୧୩ ଦିନ ଭିତରେ ୪୨.୮୫୩ ଲିଟର କାରଖାନା ତିଆରି ଦେଶୀ ମଦ, ୩ ଲକ୍ଷ ୧୫ ହଜାର ୬୬୫ କେଜି ଦେଶୀମଦ ପ୍ରସ୍ତୁତ ସାମଗ୍ରୀ, ୧୨୦ ଲିଟର ସ୍ପିରିଟ, ୯ ହଜାର ୨୭୮ ଲିଟର ଟିକସ୍ ଫାଙ୍କି ବିଦେଶୀ ମଦ, ୧୯୫ ଲିଟର ନକଲି ବିଦେଶୀ ମଦ, ୧୫ ଶହ ୩ କେଜି ଗଞ୍ଜେଇ, ୩୧୨ ଗ୍ରାମ ବ୍ରାଉନସୁଗାର, ୬୬୧ ଲିଟର ବିଅର, ୩୭୭ ଲିଟର ବିଦେଶୀ ମଦ, ୧୩୬ ଲିଟର ଜିଞ୍ଜର ସହିତ ୭୨ଟି ଯାନବାହାନ ଜବତ କରାଯାଇଛି। ଜବତ ହୋଇଥିବା ସମସ୍ତ ସାମଗ୍ରୀର ମୂଲ୍ୟ ୫.୬ କୋଟି ଟଙ୍କା ବୋଲି ଅବକାରୀ ବିଭାଗ ଆକଳନ କରିଛି।

ସମ୍ବନ୍ଧିତ ଖବର