ନର୍ଦ୍ଦମା ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ଜାତୀୟ ମାନ୍ୟତା

ସହରାଞ୍ଚଳର ୮୩ ପ୍ରତିଶତ ଲୋକଙ୍କୁ ନର୍ଦ୍ଦମା ପରିଚାଳନା ସୁବିଧା ଉପଲବ୍ଧ

ଭୁବନେଶ୍ୱର: ନର୍ଦ୍ଦମା ପରିଚାଳନା ଓ ଉପଚାର କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ ମାନ୍ୟତା ସହ ଆନ୍ତର୍ଜାତିକ ପ୍ରଶଂସା ମିଳିଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆଜି ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ କହିଛନ୍ତି, ସହରାଞ୍ଚଳରେ ନର୍ଦ୍ଦମା ପରିଚାଳନା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ପାଇଁ ଭାରତ ପରିମଳ ସଂଘ ଏବଂ ପିଙ୍କିଙ୍କ ଦ୍ୱାରା ଓଡ଼ିଶାକୁ ୨୦୧୮ ମସିହା ପାଇଁ ସର୍ବୋତ୍ତମ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି। ସେହିପରି ମସୌରୀସ୍ଥିତ ସେଣ୍ଟର୍‌ ଅଫ୍‌ ଏକ୍ସ ଲେନ୍‌ସ ଦ୍ୱାରା ଓଡ଼ିଶାକୁ ସହରାଞ୍ଚଳ ତରଳ ବର୍ଜ୍ୟ ପରିଚାଳନାରେ ଉତ୍ତମ ପ୍ରଶାସନ ପାଇଁ ମଧ୍ୟ ସମ୍ମାନିତ କରାଯାଇଛି।

ରାଜ୍ୟରେ ସହର ନର୍ଦ୍ଦମା ପରିଚାଳନା ନିୟମର କାର୍ଯ୍ୟାନୁଷ୍ଠାନ ପନ୍ଥା ୨୦୧୮ ମସିହାରେ ଜାତୀୟ ମାନବିନ୍ଦୁ ନିର୍ଦ୍ଧାରକ ହୋଇଛି। ଏହାର ଅନୁକରଣ କରିବା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟରୁ ବିଭିନ୍ନ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ କାର୍ଯ୍ୟକ୍ଷମ ଏବଂ ନିର୍ମାଣାଧୀନ ନର୍ଦ୍ଦମା ପରିଚାଳନା କେନ୍ଦ୍ର ଏବଂ ଅନୁଧ୍ୟାନ କରି ନେଦରଲ୍ୟାଣ୍ଡ ଏବଂ ବାଂଲାଦେଶର ବିଶେଷଜ୍ଞମାନେ ଓଡ଼ିଶା ଗ୍ରହଣ କରିଥିବା ସ୍ୱଳ୍ପ ଖର୍ଚ୍ଚ ଭିତ୍ତିକ ଅଭିନବ ଜଳ ଶୋଷଣ କୌଶଳର ଉଚ୍ଚ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର