କଟକ : ଅଗ୍ନିଶମ ଡିଜି ଏମ୍.ଅକ୍ଷୟ ରାଜ୍ୟର ବିଭିନ୍ନ ସ୍ଥାନରେ ନିୟୋଜିତ ଥିବା ଅଗ୍ନିଶମ ଅଧିକାରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ସ୍ଥିତିର ସମୀକ୍ଷା କରିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗର ପ୍ରସ୍ତୁତି ଉପରେ ଏଠାରେ ଆଲୋଚନା କରାଯାଇଥିଲା। କୌଣସି ପ୍ରକାରର ଆପତକାଳୀନ ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଭିନ୍ନ ଦମକଳ କେନ୍ଦ୍ରମାନଙ୍କରେ ଥିବା ସରଞ୍ଜାମ ଗୁଡ଼ିକର ସ୍ଥିତି ପରଖା ଯାଇଥିଲା। ଏଥିସହ ସମସ୍ତ ଅଧିକାରୀମାନେ ନିଜନିଜ ଜିଲ୍ଲାର ଜିଲ୍ଲାପାଳ କିମ୍ବା ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କୋଭିଡ୍ କେୟାର ହସ୍ପିଟାଲମାନଙ୍କରେ ନିୟୋଜିତ ଥିବା ଅଗ୍ନିଶମ କର୍ମଚାରୀଙ୍କ ଦକ୍ଷତାବୃଦ୍ଧି ଓ ଅନ୍ୟାନ୍ୟ ସୁରକ୍ଷା ଜନିତ ପଦକ୍ଷେପ ସୁନିଶ୍ଚିତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ସମସ୍ତ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ଗୁଡ଼ିକରେ ନିୟମିତ ଅନ୍ତରାଳରେ ମକ୍ ଡ୍ରିଲ କରିବା ପାଇଁ ଡିଜି ନିର୍ଦ୍ଦେଶ ଦେଇଛନ୍ତି।
ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ଡିଜିଙ୍କ ସମୀକ୍ଷା ବୈଠକ
/sambad/media/post_attachments/wp-content/uploads/2021/05/cyclone.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)