ଇନ୍ଦ୍ରାବତୀ ଜଳସେଚନ ପାଇଁ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ଜୁଲାଇ ୫ରୁ ପାଣି ଛଡ଼ାଯିବ, ତଳମୁଣ୍ଡ ଯାଏ ପାଣି ଯିବାକୁ ମରାମତି ନିର୍ଦେଶ

ଭବାନୀପାଟଣା : ଇନ୍ଦ୍ରାବତୀ ଜଳସେଚନ ପାଇଁ ସୋମବାର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଭବାନୀପାଟଣାସ୍ଥିତ ସର୍କିଟ ହାଉସ ଠାରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଚଳିତ ଖରିଫ ଋତୁରେ ଇନ୍ଦ୍ରାବତୀର ଉଭୟ ଦକ୍ଷିଣ ଓ ବାମ କେନାଲ ତଳମୁଣ୍ଡକୁ ଠିକ ଭାବରେ ପାଣି ପହଞ୍ଚୁ ନଥିବା ଲାଗି ଅଭିଯୋଗ କରୁଥିଲେ। ଏଥି ଯୋଗୁଁ ଦକ୍ଷିଣ କେନାଲର ୦ରୁ ୪୧ କିମି ପର୍ଯ୍ୟନ୍ତ ଲାଇନିଂ କାର୍ଯ୍ୟ କରାଯିବ। ସେହିଭଳି ବାମ କେନାଲର ଛୋରିଆଗଡ଼ ଓ ଆମ୍ବାଦଲା ଡିଷ୍ଟ୍ରିବ୍ୟୁଟାରି ମରାମତି କରାଯିବ। ଡାହାଣ କେନାଲର ମୁଣ୍ଡରାଗୁଡ଼ା ଓ ଭତ୍ରାଜୋର ଡିଷ୍ଟ୍ରିବ୍ୟୁଟାରିର ମରାମତି କାମ ହେବ। ବାମ କେନାଲର ତଳମୁଣ୍ଡ ଆଟିଗାଁ ତଲମଲା ଏବଂ ଦକ୍ଷିଣ କେନାଲର ନାନ୍ଦୋଲ ତଳ ଜାରିଙ୍ଗ ପର୍ଯ୍ୟନ୍ତ ପାଣି ପହଞ୍ଚାଇବାକୁ ନିର୍ଦେଶ ଦେଇଥିଲେ।

କେନାଲ ମରାମତି ପାଇଁ ଆସନ୍ତା ଜୁଲାଇ ୫ରୁ କେନାଲ ପାଣି ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ଇନ୍ଦାବତୀ ସିସିଇ ବିଭୁଚାର୍ଯ୍ୟ ମିଶ୍ର, ବାମ କେନାଲ ନିର୍ବାହୀ ଯନ୍ତ୍ରୀ ଅଜିତ ପାତ୍ର, ଓଏଚ୍‌ପିସି ସିନିୟର ଜେନେରାଲ ମ୍ୟାନେଜର ଜୋହାର ପାତ୍ର, ଜେନେରାଲ ମ୍ୟାନେଜର ନବକିଶୋର ନାୟକ, ଏଜିଏମ୍‌ ସୁଧୀର ବେହେରା, ଚାଷୀ ପ୍ରତିନିଧି ପ୍ରଶାନ୍ତ ପଟଯୋଶୀ, ହୃଷୀକେଶ ବେହେରା, ତାରାଶଙ୍କର ରାୟଗୁରୁ, କ୍ଷୀରୋଦ ନେଗୀ, ମହୀଚଲା ସରପଞ୍ଚ ଅଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର