ଭୁବନେଶ୍ବର : ଛେଳିଗଡ଼ ବହୁମୁଖୀ ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ବ୍ୟକ୍ତିମାନଙ୍କୁ ପୁନର୍ବାସ ଥଇଥାନ ଯୋଜନାରେ ଘରଡିହ ପଟ୍ଟା ପ୍ରଦାନ ସହ ତୁରନ୍ତ ଜମି ହସ୍ତାନ୍ତର କରାଯାଉ। ଆଜି ବିଧାନସଭା ପରିସରରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବା ଅବସରରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିସ୍ଥାପିତ ପରିବାରମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସମେତ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାେନ ଉପସ୍ଥିତ ଥିଲେ।
ଛେଳିଗଡ଼ ଜଳସେଚନ ପ୍ରକଳ୍ପ ନେଇ ସମୀକ୍ଷା ବୈଠକ
/sambad/media/post_attachments/wp-content/uploads/2019/06/cheligarh-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)