ପୁଲିସ୍‌ ମୁଖ୍ୟାଳୟରେ କୋଭିଡ୍‌ ମୁକାବିଲା ସମୀକ୍ଷା ବୈଠକ

ବନ୍ଦେ ଉତ୍କଳ ଜନନୀ ଗାନ ସମୟରେ ସାମାଜିକ ଦୂରତ୍ବକୁ ଗୁରୁତ୍ବ

କଟକ : ପୁଲିସ୍‌ ମୁଖ୍ୟାଳୟରେ ଡିଜି ଅଭୟଙ୍କ ନେତୃତ୍ବରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଛି।

ଗୁଇନ୍ଦା ସ୍ବତନ୍ତ୍ର ଡିଜି, ଅତିରିକ୍ତ ଡିଜି, ସମସ୍ତ ରେଞ୍ଜ ଆଇ.ଜି, ଡି.ଆଇ.ଜି. ଏବ˚ ଜିଲ୍ଲା ଏସ୍‌ପିମାନଙ୍କ ସହ ଭିଡିଓ କନ୍‌ଫରେନ୍ସି˚ ଜରିଆରେ ସମୀକ୍ଷା ବୈଠକ ବସିଥିଲା। କୋଭିଡ୍‌-୧୯ ମୁକାବିଲାରେ ପୁଲିସ୍‌ ବ୍ୟବସ୍ଥା ଉପରେ ପ୍ରଥମେ ଆଲୋଚନା ହୋଇଥିଲା। ଏଥିରେ ଟିଏମ୍‌ସିରେ ସୁରକ୍ଷା ବ୍ୟବସ୍ଥା, ରେଳ ଷ୍ଟେସନ୍‌ ଅଭ୍ୟର୍ଥନା ବ୍ୟବସ୍ଥା, ସୀମା ତନଖି ଫାଟକର ସୁପରିଚାଳନା, ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିଲା। ଏଥିସହ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ସାମାଜିକ ଦୂରତ୍ବ ସହ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଇଛି। ଏସବୁ ବାଦ୍‌ ଅଭିଯୁକ୍ତଙ୍କୁ ଗିରଫ ଓ ମାମଲା ତଦନ୍ତ ସମୟରେ ମାନବିକ ସ୍ପର୍ଶ ଓ ମିଳାମିଶାକୁ କମାଇବା, ପୁଲିସ୍‌ କର୍ମଚାରୀଙ୍କ କଲ୍ୟାଣ, କାର୍ଯ୍ୟାଳୟ ଓ ପୁଲିସ୍‌ ବାରାକ୍‌ରେ ପରିସ୍କାର ପରିଚ୍ଛନତା ଓ ବ୍ୟକ୍ତିଗତ ସ୍ବାସ୍ଥ୍ୟରକ୍ଷା ନୀତି ଅବଲମ୍ବନ, ବିଭାଗୀୟ ପ୍ରୋସିଡିଙ୍ଗ ଓ ହାଇକୋର୍ଟରେ ବିଚାରାଧୀନ ମାମଲାଗୁଡ଼ିକର ସମୀକ୍ଷା, ଅମୀମା˚ସିତ ତଥା ବିଚାରାଧୀନ ତଦନ୍ତ ମାମଲାଗୁଡ଼ିକର ସମୀକ୍ଷା କରାଯାଇଛି। ଏହି ବୈଠକରେ ଏଡିଜି (ମୁଖ୍ୟାଳୟ), ଏଡିଜି (ଆଇନ୍‌ଶୃଙ୍ଖଳା), ଆଇଜି( ଆଧୁନିକୀକରଣ), ଆଇଜି (ପ୍ରୋଭିଜନି˚), ଆଇଜି (ପର୍ସୋନେଲ) ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର