ଭାରତର ଉର୍ଜା ନୀତି ରିପୋର୍ଟ ଉନ୍ମୋଚିତ : ପ୍ରଧାନମନ୍ତ୍ରୀଙ୍କ ଉର୍ଜା ଭିଜନକୁ ହାସଲ କରିବାକୁ ଗୁରୁତ୍ବପୂର୍ଣ ପଦକ୍ଷେପ ନିଆଯାଇଛି – ଧମେର୍ନ୍ଦ୍ର

ନୂଆଦିଲ୍ଲୀ/ ଭୁବନେଶ୍ବର : କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ଓ ଖଣିମନ୍ତ୍ରୀ ପ୍ରହଲାଦ ଜୋଶୀ, ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର, ଆନ୍ତର୍ଜାତିକ ଉର୍ଜା ଏଜେନ୍ସି (ଆଇଇଏ)ର କାର୍ଯ୍ୟକାରୀ ନିଦେର୍ଶକ ଡ. ଫତେହ ବିରୋଲ ଓ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଦିଲ୍ଲୀଠାରେ ମିଳିତ ଭାବେ ଉର୍ଜା ନୀତି ରିପୋର୍ଟର ସମୀକ୍ଷାକୁ ଉନ୍ମୋଚନ କରିଛନ୍ତି।

ଆନ୍ତର୍ଜାତିକ ଉର୍ଜା ଏଜେନ୍ସି (ଆଇଇଏ) ଦ୍ବାରା ଏହି ସମୀକ୍ଷା ପ୍ରସ୍ତୁତ କରାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ଡ. ଫତେହ ବିରୋଲ ଓ ତାଙ୍କ ଟିମ୍‌କୁ ଭାରତର ଉର୍ଜା କ୍ଷେତ୍ର ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିବାରୁ ଧନ୍ୟବାଦ ଦେଇଥିଲେ। ଏହି ରିପୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ଉର୍ଜା ଭିଜନ୍‌କୁ ହାସଲ କରିବା ପାଇଁ ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ସ୍ଥାନିତ କରାଯାଇଛି। ଉର୍ଜାଭିଜନର ମୁଖ୍ୟ ବିଷୟ ଗୁଡ଼ିକ ହେଲା, ଉର୍ଜା ପହଞ୍ଚିବା, ଦୀର୍ଘ ଅବଧି ଧରି ଉର୍ଜାର ପ୍ରୟୋଗ, ଓ ଉର୍ଜାର ସୁରକ୍ଷା ବୋଲି ‌ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଭାରତ ଏବେ ବିଶ୍ବରେ ତୃତୀୟ ବୃହତ୍‌ ଉର୍ଜା ଉପଭୋକ୍ତା ଦେଶ। ଭାରତ ନିଜର ଉର୍ଜା କ୍ଷେତ୍ରରେ ବଡ ପରିବର୍ତନ ଦେଇ ଗତି କରୁଛି। ଦୀର୍ଘ ଅବଧି ବ୍ୟବହାରକୁ ଆଖି ଆଗରେ ରଖି ଏହି ଉର୍ଜା ପରିବର୍ତନ ପାଇଁ ପ୍ରତିବଦ୍ଧ ଅଟେ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ୨୦୧୫ରେ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ , ତାହା ସ୍ଥାୟୀ ଉର୍ଜା ପ୍ରତି ଭାରତର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି। ଏକ ବିକାଶଶୀଳ ଦେଶ ଭାବେ ଉର୍ଜାର ବଢୁଥିବା ଚାହିଦାକୁ ପୂରା କରିବା ଆମର ସବୁଠାରୁ ବଡ ଆହ୍ବାନ ଅଟେ। ଦେଶରେ ପ୍ରତି ବ୍ୟକ୍ତି ଉର୍ଜାର ବ୍ୟବହାର ବୈଶ୍ବିକ ହାର ଠାରୁ କମ୍‌ ରହିଛି। ଭାରତ ଗତ କିଛିବର୍ଷ ଧରି ଆଧୁନିକ ଉର୍ଜାକୁ ସାର୍ବଜନୀନ ଭାବେ ପହଂଚାଇବା ଦିଗରେ ଖୁବ୍‌ ପ୍ରଗତି କରିଛି। ଏହି ରିପୋର୍ଟରେ ଏ କ୍ଷେତ୍ରରେ ହୋଇଥିବା ପ୍ରଗତିର ସମୀକ୍ଷା କରାଯାଇ ତାକୁ ଉପଯୁକ୍ତ ସ୍ଥାନ ଦିଆଯାଇଛି। ରିପୋର୍ଟରେ ଆଗାମୀ ଦିନ ମାନଙ୍କରେ ଥିବା ମୁଖ୍ୟ ଆହ୍ବାନ ଗୁଡିକୁ ମଧ୍ୟ ସ୍ପଷ୍ଟ କରାଯାଇଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର