ନବଯୌବନ ଦର୍ଶନ ପାଇଁ ପୁଲିସର ସମୀକ୍ଷା

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ୍‌ ମିଳିଲା

ପୁରୀ : ଆସନ୍ତା ୧୯ରେ ଶ୍ରୀଜିଉମାନଙ୍କର ନବଯୌବନ ଦର୍ଶନ କରିବାର ଭକ୍ତମାନଙ୍କୁ ସୁଯୋଗ ମିଳିବ। ପାରମାଣିକ ଦର୍ଶନ ପାଇଁ ଏକ ଘଣ୍ଟା ସମୟ ରହିଛି। ଏହାପରେ ସର୍ବସାଧାରଣ ଦର୍ଶନ କରିପାରିବେ। ଆଜି ଏସ୍‌ପି କେ ବିଶାଳ ସିଂହ ସିଂହଦ୍ବାରଠାରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗର ନିର୍ମାଣ ଦାୟିତ୍ବରେ ଥିବା ଓବିସିସିର ସାଧାରଣ ପରିଚାଳକ ପ୍ରଭାତ ପାଣିଗ୍ରାହୀ, ଭୁବନେଶ୍ବର କମିସନରେଟ୍‌ ପୁଲିସର ଡିସିପି(ଅପରାଧ) ମିହିର କୁମାର ପଣ୍ଡା, ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ଡେପୁଟି କମାଣ୍ଡାଣ୍ଟ କୌଶିକ ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଘନଶ୍ୟାମ ହେମ୍ରମ, ଗୃହରକ୍ଷୀ ବିଭାଗ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଜିତେନ୍ଦ୍ର ଦେହୁରୀ, ସୁବେଦାର ଯୋଗେଶ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe