ଯାଜପୁରରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ସଚିବ

ଯାଜପୁରରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ସଚିବ

ଯାଜପୁରଟାଉନ : ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ଦୁଇଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ନିର୍ମାଣାଧୀନ ଅନେକ ପ୍ରକଳ୍ପ ପରିଦର୍ଶନ କରି ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି। ଏପ୍ରିଲ ୧୮ ତାରିଖ ପାଣିକୋଇଲିଠାରେ ପହଞ୍ଚି ବା ପରେ ଶାସନ ସଚିବ ଶ୍ରୀ ଶର୍ମାଙ୍କୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ସ୍ୱାଗତ କରିଥିଲେ। ପାଣିକୋଇଲିଠାରେ କାର୍ଯ୍ୟ କରୁଥିବା ଦୁର୍ଘଟଣାଜନିତ ଆଶୁ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ନୁରୁଗାଁଠାରେ ଇଣ୍ଡୋ-ଇସ୍ରାଏଲ ସହଯୋଗରେ ସମନ୍ୱିତ ଉଦ୍ୟାନ କୃଷି ବିକାଶ ଯୋଜନା ଅନ୍ତର୍ଗତ ଆମ୍ୱ ଓ ପରିବା ଚାଷ ପ୍ରକଳ୍ପ ବୁଲି ଦେଖିଥିଲେ।

publive-image

ଯାଜପୁର ରୋଡ୍‌ସ୍ଥିତ ନୂତନ ଭାବେ ନିର୍ମିତ ସଂସ୍କୃତି ଭବନ ଏବଂ ନୂତନ ଭାବେ ତିଆରି ମିସନ ଶକ୍ତି ଭବନ ପରିଦର୍ଶନ କରିଥିଲେ। ଯାଜପୁର ରୋଡ୍‌ଠାରେ ଚାଲୁ ରହିଥିବା ବ୍ୟାସସରୋବର କାର୍ଯ୍ୟ ଶୀଘ୍ର ସାରିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଳସେଚନ ଓ ଅନ୍ୟାନ୍ୟ ବିଭାଗ ପକ୍ଷରୁ କାର୍ଯ୍ୟ କରୁଥିବା ପ୍ରକଳ୍ପ ଉପରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଅପରାହ୍‌ଣରେ ସୁକିନ୍ଦାଠାରେ ପହଞ୍ଚି ଡିଏମ୍‌ଏଫ ପାଣ୍ଠି ଆର୍ଥିକ ସହାୟତାରେ ଏବଂ ପିପୁଲସ୍ ଫୋରମ ଦ୍ୱାରା ପରିଚାଳିତ ବେସାହାରା ଶିଶୁଙ୍କ ଥଇଥାନ କାର୍ଯ୍ୟ କରୁଥିବା ‘ଆମଘର’, ଅବହେଳିତ ମହିଳା ତଥା ମାନସିକ ନ୍ୟୂନ ମହିଳାଙ୍କୁ ଉଦ୍ଧାର କରି ଥଇଥାନ କରୁଥିବା ‘ମିସନ ଆଶ୍ରା କେନ୍ଦ୍ର’ ପରିଦର୍ଶନ କରିଥିଲେ। ସେଠାରେ କର୍ମଚାରୀ ଓ ଅନ୍ତେବାସୀମାନଙ୍କ ସହ ବିଭିନ୍ନ ବିଷୟରେ ବାର୍ତ୍ତାଳାପ କରିଥିଲେ।

ସେହିପରି ସୁକିନ୍ଦା ମଙ୍ଗଳପୁରଠାରେ ଥିବା ଟସର ପଥଦର୍ଶୀ ପରିଯୋଜନା କେନ୍ଦ୍ର ବୁଲି ଦେଖିଥିଲେ। ସୁକିନ୍ଦା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡିଓ ଏବଂ ତହସିଲଦାରଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଥିଲେ। ଗତକାଲି ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ରୁଢ଼ିଆ, ଷଠିପୁରଠାରେ ନିର୍ମାଣାଧୀନ ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ଅନୁଷ୍ଠାନ, ଯାଜପୁର ଟାଉନସ୍ଥିତ କୁସୁମାରେ ନିର୍ମାଣାଧୀନ ଖେଳପଡ଼ିଆ ପରିଦର୍ଶନ କରିଥିଲେ। ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ କାର୍ଯ୍ୟକାରୀ​ ହେଉଥିବା ସମସ୍ତ ଯୋଜନା ଉପରେ ସବିଶେଷ ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସେ ନିର୍ଦେଶ ଦେଇଥିଲେ। ଶାସନ ସଚିବଙ୍କ ଏହି ଦୁଇଦିନିଆ ଗସ୍ତ ସମୟରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଉପସ୍ଥିତ ରହି ଆବଶ୍ୟକ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe