ଭୁବନେଶ୍ବର : ଆସନ୍ତା ୩୧ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଚୂଡ଼ାନ୍ତ ପ୍ରସ୍ତୁତି ନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ଅତିରିକ୍ତ ବୁଥ୍ ସ୍ଥାପନ ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବା, ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର, ଭୋଟ୍ ପରେ ନିର୍ବାଚନ ସାମଗ୍ରୀ ଗ୍ରହଣ କେନ୍ଦ୍ରରେ କର୍ମଚାରୀଙ୍କ ପାଇଁ ଟେଣ୍ଟ ଓ ପାନୀୟ ଜଳର ବ୍ୟବସ୍ଥା, କର୍ମଚାରୀଙ୍କୁ ସୁବିଧାରେ ମତଦାନ କେନ୍ଦ୍ରକୁ ପଠାଇବା, ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ନିଯୁକ୍ତ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ମଡେଲ ଓ ପିଙ୍କ୍ ବୁଥ୍, ଭୋଟ୍ ଗ୍ରହଣ ପୂର୍ବରୁ ଜିଲ୍ଲାର ସମସ୍ତ ମଦ ଦୋକାନ ସିଲ୍ କରିବା ନେଇ ଆଲୋଚନା ହୋଇଥିଲା।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପନିର୍ବାଚନ ସମୀକ୍ଷା
/sambad/media/post_attachments/wp-content/uploads/2022/05/sushili-lohani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)