ଭୁବନେଶ୍ବର : ଓଡ଼ିଶା ବିଧାନସୌଧର ସମସ୍ତ କାର୍ଯ୍ୟର କମ୍ପ୍ୟୁଟରୀକରଣ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ବିଧାନସୌଧର ୱାଇ-ଫାଇ, ଲାନ୍ ଓ ଭିଡିଓ କନ୍ଫରେନ୍ସିଂ କାର୍ଯ୍ୟ ଶେଷ ହୋଇଛି ବୋଲି ଦାୟିତ୍ବ ନେଇଥିବା ସଂସ୍ଥା ‘ପ୍ରିଣ୍ଟ୍ଲିଙ୍କ୍ସ୍’ର ପରିଚାଳନା ନିର୍ଦ୍ଦେଶକ ଜଣାଇଥିଲେ। ଇଣ୍ଟର୍ନେଟ୍ ବେଗ ୧୦୦ ଏମ୍ିବିପିଏସ୍କୁ ବୃଦ୍ଧି ସମ୍ପର୍କିତ ଅନୁମୋଦନ ଲାଭ ନିମନ୍ତେ ଏନ୍ଆଇସି, ନୂଆଦିଲ୍ଲୀକୁ ପତ୍ର ଲେଖାଯିବ ବୋଲି ଏନ୍ଆଇସି ବୈଷୟିକ ନିର୍ଦ୍ଦେଶକ ସୂଚନା ଦେଇଥିଲେ। ବିଧାନସୌଧରେ ୱାଇ-ଫାଇ, ଲାନ୍ ଓ ଭିଡିଓ କନ୍ଫରେନ୍ସିଂର ରକ୍ଷଣାବେକ୍ଷଣ ପାଇଁ ବିଏସ୍ଏନ୍ଏଲ୍ ଦ୍ବାରା ନିୟୋଜିତ ଦୁଇ ଜଣ ଯନ୍ତ୍ରୀ ବିଧାନସଭା ସଚିବାଳୟର ଉପ ସଚିବଙ୍କ ସହ ଯୋଗାଯୋଗରେ ରହିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ବିଧାନସୌଧରେ ଓସ୍ବାସ୍ କାର୍ଯ୍ୟକ୍ଷମ କରିବାକୁ ୩୨୯ ପଏଣ୍ଟ୍ରେ ଲାନ୍ ସଂଯୋଗ ଦିଆଯାଇଛି। ବିଧାୟକ ଓ କର୍ମଚାରୀମାନଙ୍କୁ ଖୁବ୍ ଶୀଘ୍ର ଏ ସମ୍ପର୍କିତ ତାଲିମ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଭିଡିଓ ୱାଲିଂ ସ୍ଥାପନ ନିମନ୍ତେ ବ୍ୟୟ ଅଟକଳ ପ୍ରଦାନ କରିବାକୁ ଓକାକ୍ର ସାଧାରଣ ପରିଚାଳକ ଓ ଏନ୍ଆଇସିର ବୈଷୟିକ ନିର୍ଦ୍ଦେଶକଙ୍କୁ ବାଚସ୍ପତି କହିଥିଲେ। ବୈଠକରେ ବିଧାନସଭାର ସଚିବ ଦାଶରଥୀ ଶତପଥୀ, ଓକାକ୍ ଓ ଏନ୍ଆଇସିର ବରିଷ୍ଠ ଅଧିକାରୀ, ବିଏସ୍ଏନ୍ଏଲ୍ର ଯନ୍ତ୍ରୀ ଓ ପ୍ରିଣ୍ଟ୍ଲିଙ୍କ୍ର ପରିଚାଳନା ନିର୍ଦ୍ଦେଶକ ଉପସ୍ଥିତ ଥିଲେ।
ବିଧାନସୌଧର କମ୍ପ୍ୟୁଟରୀକରଣ କାର୍ଯ୍ୟର ସମୀକ୍ଷା
/sambad/media/post_attachments/wp-content/uploads/2020/10/odisha-assembly-odishaassembly.nic_.in_-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)