ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆର୍‌ଡିଓ)ର ସ୍ଥିତି ଅନୁଧ୍ୟାନ ପାଇଁ ଗତକାଲି ସଂଧ୍ୟା‌ରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁରରେ ପହଞ୍ଚିଥିବା ସଂସଦୀୟ ପ୍ରତିରକ୍ଷା କମିଟି ସଦସ୍ୟ ଆଜି ସକାଳ ୯ଟା ବେଳେ ଆଇଟିଆର୍‌ ନିର୍ଦ୍ଦେଶକଙ୍କ ସମ୍ମିଳନୀ ବୈଠକରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ।

Advertisment

କମିଟି ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟି ସଦସ୍ୟ ଥିବା ସାଂସଦ ଲେଫ୍ଟନାଣ୍ଟ ଜେନେରାଲ୍‌ ଡ. ଡିପି ଭାଟ୍‌ସ, ସାଂସଦ ଡ. ଅଶୋକ ବାଜପେୟୀ, ସାଂସଦ ଡାନିସ୍‌ ଅଲ୍ଲୀ, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ସାଂସଦ ରେଡେପ୍ପା ଏନ୍‌ ଗିରି, ସାଂସଦ ସୁଶୀଲ କୁମାର ଗୁପ୍ତା, ସାଂସଦ ଯୁଗଳ କିଶୋର ଶର୍ମା, ସାଂସଦ ରାମଶଙ୍କର କାଠେରିଆ, ସାଂସଦ ମହାବଳୀ ସିଂହ ଓ ସାଂସଦ କାମାକ୍ଷା ଟାସା, ଲୋକସଭା ସଚିବାଳୟର ଡେପୁଟି ସେକ୍ରେଟାରି ରାହୁଲ ସିଂହ, ଏକ୍‌ଜିକ୍ୟୁଟିଭ୍‌ ଅଫିସର୍‌ ରାଜେଶ କୁମାର ଓ ପ୍ରୀତି ନେଗୀ, ଜଏଣ୍ଟ ସେ‌କ୍ରେଟାରି ସୁମନ ଆରୋରା, ପ୍ରତିରକ୍ଷା ବିଭାଗ ସେକ୍ରେଟାରି ଅରବିନ୍ଦ କୁମାର, ମହେଶ ଚାନ୍ଦ, ଜି ବୈଦ୍ୟନାଥନ ଓ ଜଏଣ୍ଟ ‌ସେକ୍ରେଟାରି ଜୟନ୍ତ କୁମାରଙ୍କ ସହ ଡିଆର୍‌ଡିଓର ବରିଷ୍ଠ ଅଧିକାରୀଙ୍କ ସହ ବାଲେଶ୍ବରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଡିଆର୍‌ଡିଓର ପ୍ରତିରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ଏବଂ ଡିଆର୍‌ଡିଓ ପରିସରର ସୁରକ୍ଷା ସଂପର୍କରେ ସମୀକ୍ଷା କରାଯାଇଥିଲା।

ବୈଠକ ପରେ କମିଟିର ସଦସ୍ୟମାନେ ଆଇଟିଆର୍‌ ଏବଂ ପିଏକ୍ସଇ ପରିସର ସ୍ପଟ୍‌ ଭିଜିଟ୍‌ କରିଥିଲେ। ଏହାପରେ ସେମାନେ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ହ୍ବିଲର ଦ୍ବୀପକୁ ହେଲିକପ୍ଟର ଯୋଗେ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ ଜଣାପଡ଼ିଛି।