ରିଂ ରୋଡ଼କୁ ସଂଶୋଧିତ ପ୍ରଶାସନିକ ମଞ୍ଜୁରୀ

ବରଗଡ଼: ଜୀରା ନଦୀ କୂଳରେ ପ୍ରସ୍ତାବିତ ରିଂ-ରୋଡ୍‌ ନିର୍ମାଣ ପ୍ରକ୍ରିୟା ଆଉ ପାଦେ ଆଗକୁ ଯାଇଛି।  ସ୍ଥାନୀୟ ସିରିଡି ସାଇ ମନ୍ଦିରରୁ ରୁହୁଣିଆ ଗ୍ରାମ ପର୍ଯ୍ୟନ୍ତ ପ୍ରସ୍ତାବିତ ରିଂ-ରୋଡ୍‌ର ସଂଶୋଧିତ  ପ୍ରସ୍ତାବକୁ ପ୍ରଶାସନିକ ମଞ୍ଜୁରୀ  ମିଳିଛି।  ୨୦୨୨-୨୩ ଆର୍ଥିକ ବର୍ଷରେ ଏଥି ସକାଶେ ୩୮ କୋଟି ୫୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଥିବା ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟଯନ୍ତ୍ରୀ ଜଳ ସମ୍ପଦ ବିଭାଗଙ୍କୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି। ପୂର୍ବରୁ ପ୍ରସ୍ତାବିତ ରିଂ-ରୋଡ୍‌କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରଶାସନିକ ଅନୁମୋଦନ ମିଳିଥିଲା।

ନାବାର୍ଡ ବନ୍ୟା ନିୟନ୍ତ୍ରଣ ଯୋଜନା ୨୦୨୧-୨୨ ଆର୍ଥିକ ବର୍ଷ ଅନୁସାରେ ଏହି ପ୍ରକଳ୍ପକୁ ୨୯.୧୧ କୋଟି ଟଙ୍କା ମଂଜୁର କରିଥିଲା। ଦୁଇ ଲେନ୍‌ ବିଶିଷ୍ଟ ଏହି ରିଂ-ରୋଡ୍‌ ପାଖାପାଖି ୫ କିଲୋମିଟର୍‌ ଲମ୍ବ ହେବ। ଏହି ପ୍ରକଳ୍ପ ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଦ୍ବାରା ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଶ୍ରୀ ଆଚାର୍ଯ୍ୟଙ୍କ ଉଦ୍ୟମରେ ଏହି ଅତ୍ୟାବଶ୍ୟକୀୟ ରିଂ-ରୋଡ୍‌କୁ ସଂଶୋଧିତ  ପ୍ରଶାସନିକ ମଞ୍ଜୁରୀ ମିଳିଛି।

ସମ୍ବନ୍ଧିତ ଖବର