ସୋର : ସୋର ଷ୍ଟେସନ ନିକଟରେ ଏକ ବାଇକ୍ରେ ଯାଉଥିବା ଦୁଇଜଣ ଯୁବକଙ୍କ ପକେଟରୁ ଖସିପଡ଼ିଥିବା ଏକ ରିଭଲ୍ଭରକୁ ସୋର ପୁଲିସ୍ ଜବତ କରିଛି। ଏହି ଘଟଣା ପରେ ଯୁବକ ଦୁହେଁ ଖସି ପଳାଇଛନ୍ତି। ଆଜି ଅପରାହ୍ଣରେ ଷ୍ଟେସନ ବାଇକ୍ ଷ୍ଟାଣ୍ଡ ନିକଟରେ ଏହି ଘଟଣା ଘଟିଛି। ଏକ ବାଇକ୍ରେ ଦୁଇଜଣ ଅଚିହ୍ନା ଯୁବକ ଉତ୍ତରେଶ୍ୱର ଆଡ଼କୁ ଯାଉଥିଲେ। ବାଇକ୍ ଷ୍ଟାଣ୍ଡ ନିକଟରେ ପଡ଼ିଥିବା ବାଲିରେ ଭାରସାମ୍ୟ ହରାଇ ଦୁହେଁ ପଡ଼ିଯାଇଥିଲେ। ସେତେ ବେଳେ ଜଣଙ୍କ ପକେଟରୁ ଏକ ଦେଶୀ ରିଭଲଭର ଖସିପଡ଼ିଥିଲା। ପରିସ୍ଥିତି ଖରାପ ହେବ ଜାଣି ଦୁହେଁ ଖସି ପଳାଇଥିଲେ। ସ୍ଥାନୀୟ ଲୋକେ ରିଭଲଭର ଦେଖି ତୁରନ୍ତ ସୋର ପୁଲିସ୍କୁ ଖବର ଦେଇଥିଲେ। ସୋର ଥାନା ଏଏସ୍ଆଇ ବଦ୍ରିନାରାୟଣ ସେଣ୍ଢ ପହଞ୍ଚି ରିଭଲଭରଟିକୁ ଜବତ କରିଛନ୍ତି। ଏହି ଘଟଣାରୁ ସୋର ଅଞ୍ଚଳରେ ବହୁ ଚୋରା ବନ୍ଧୁକ ବ୍ୟବହାର ହେଉଥିବା ପୁଲିସ ସନ୍ଦେହ କରୁଛି।
ବାଇକ୍ ଆରୋହୀଙ୍କ ପାଖରୁ ରିଭଲ୍ଭର ଜବତ
/sambad/media/post_attachments/wp-content/uploads/2017/10/soro-chora-revorbal-F.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)