ଭୁବନେଶ୍ୱର: ଆରଆଇ, ଅମିନ ପରୀକ୍ଷା ଫଳ ପ୍ରକାଶ ପାଇଛି। ସବୁ ପରୀକ୍ଷାର୍ଥୀ ପ୍ରିଲିମ୍ ପାସ୍ କରିଛନ୍ତି।ସମସ୍ତ ପରୀକ୍ଷାର୍ଥୀ ପାସ୍ କରିଥିବା  ଓଏସଏସଏସସି ସୂଚନା ଦେଇଛି ।

Advertisment

ଆରଆଇ, ଆଇସିଡିଏସ ସୁପରଭାଇଜର, ଏଆରଆଇ , ଅମିନ ପରୀକ୍ଷାରେ ସମସ୍ତେ ପ୍ରିଲିମ୍ ପାସ୍ କରିଥିବା ଜଣାପଡ଼ିଛି। ଏନେଇ ଓଏସଏସଏସସି ପକ୍ଷରୁ ସୂଚନା ଜାରି ହୋଇଛି।

୨୦୨୪ ସେପ୍ଟେମ୍ୱର ୨୦ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ପ୍ରିଲିମ୍ ପରୀକ୍ଷା ହୋଇଥିଲା। ପ୍ରିଲିମନାରୀ ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀ ମେନ୍ ପରୀକ୍ଷା ଦେଇପାରିବେ ।

କେବଳ ପ୍ରିଲିମ୍‌ରେ କପି କରି ଧରା ପଡିଥିବା ୯ ଜଣ ମେନ୍ ଦେଇପାରିବେନି ବୋଲି ଓଏସଏସଏସସି ପକ୍ଷରୁ କୁହାଯାଇଛି। 

ହେଲେ କେବେ ମେନ୍ ପରୀକ୍ଷା କରାଯିବ ସେନେଇ ଓଏସଏସଏସସି  ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।  ମୁଖ୍ୟ ପରୀକ୍ଷା କେବେ‌ ହେବ ସେ ସମ୍ପର୍କରେ ପରେ ସୂଚନା ଦିଆଯିବ ବୋଲି ଓଏସଏସଏସସି  ପକ୍ଷରୁ କୁହାଯାଇଛି।