ଭିଜିଲାନ୍ସ ଜାଲରେ ଆର୍‌ଆଇ

ବ୍ରହ୍ମପୁର : ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ତହସିଲ ଅଧୀନସ୍ଥ ଘଣ୍ଟାପଡ଼ା ଆର୍‌ଆଇ। ତହସିଲ ଅଫିସରେ ଏକ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଆର୍‌ଆଇ ବିଶ୍ବରଂଜନ ରାଉତଙ୍କୁ ଗିରଫ କରିଛି। ଆର୍‌ଆଇ ବିଶ୍ବରଂଜନଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ।

କଣ୍ଟାମାଳ ଥାନା କୋଦିବାହାଲର ଭିକ ମେଣ୍ଡୁଳିଙ୍କ କୌଣସି ଜମି ନାହିଁ। ସରକାରୀ ନିୟମାନୁସାରେ ୪ଡେସିମିଲ୍ ଜମି ଭଡ଼ା‌ରେ ନେବା ପାଇଁ ସେ ଘଣ୍ଟାପଡ଼ା ଆର୍‌ଆଇଙ୍କ ଜରିଆରେ ଆବେଦନ କରିଥିଲେ। ଏଥିରେ ଆର୍‌ଆଇ ବିଶ୍ବରଂଜନ ତଦନ୍ତ ରିପୋର୍ଟ ଏବଂ ଆବେଦନ ପତ୍ର ତହସିଲ ଅଫିସ୍‌ରେ ଦାଖଲ କରିବା ପାଇଁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ନେଇ ମେଣ୍ଡୁଳି ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର