ଭିଜିଲାନ୍ସ ଜାଲରେ ଆର୍‌ଆଇ

ସୁନ୍ଦରଗଡ଼/ଲେଫ୍ରିପଡ଼ା : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲ ଅନ୍ତର୍ଗତ ଡୁମାବାହାଲ ରାଜସ୍ବ ନିରୀକ୍ଷକ ସୁଧୀର ନାଏକ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ହାତରେ ଧରାପଡ଼ିଛନ୍ତି। କ୍ରୟ ଜମିର ଦାଖଲ ଖାରଜ ସମ୍ପର୍କିତ ରିପୋର୍ଟ ପାଇଁ ଡୁମାବାହାଲର ଉପେନ୍ଦ୍ର ନାଏକଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଅତର୍କିତ ଭାବେ ଚଢ଼ଉ କରି ତାଙ୍କୁ ଗିରଫ କରିଛନ୍ତି। ତାଙ୍କ ଠାରୁ ରଙ୍ଗ ବୋଳା ୮ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ସନ୍ଧ୍ୟାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯିବା ପରେ କୋର୍ଟ ଜାମିନ ଆବେଦନ ଖାରଜ କରି ଜେଲ୍‌କୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର