ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ ଅଧୀନ ବାଲନ୍ଦାପଡ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ରାତ୍ରଜଗୁଆଳ ଭାବେ କାର୍ଯ୍ୟରତ ଅଜୟ ମଲିକ ଜଣେ ବ୍ୟକ୍ତିଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି। ରାତ୍ରଜଗୁଆଳ ଅଜୟ ଫିରିଙ୍ଗିଆ ତହସିଲ ଅଧୀନ ଆପାବିରୁ ଗ୍ରାମର ବିଜୁ କହଁରଙ୍କଠାରୁ ଜମି ପଟ୍ଟା କରାଇଦେବା ପାଇଁ ୮ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସମ୍ପୃକ୍ତ ରାତ୍ରଜଗୁଆଳ ଲୋକଙ୍କଠାରୁ ପଟ୍ଟା କରାଇ ଦେବା ନାଁରେ ଟଙ୍କା ନେଉଥିବା କଥା ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ଆପାବିରୁ ଗ୍ରାମର ବିଜୁ କହଁରଙ୍କ ଏକ ପୈତୃକ ଜମିର ପଟ୍ଟା ତାଙ୍କ ନାମରେ କରାଇଦେବାକୁ କହି ଅଜୟ ପୂର୍ବରୁ ତାଙ୍କଠାରୁ ୩୫ ହଜାର ଟଙ୍କା ନେଇଥିଲେ। ବାକି ୮ ହଜାର ଟଙ୍କା ଆଜି ନେଉଥିବା ବେଳେ ଭିଜିଲାନ୍ସ ହାତରେ ସେ ଧରାପଡ଼ିଥିଲେ। ଭିଜିଲାନ୍ସ ଡିଏସ୍ପି ହେମନ୍ତ ମହାନ୍ତି ଏବଂ ସୁରେଶ କହଁରଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉରେ ସାମିଲ ଥିଲେ।
ଭିଜିଲାନ୍ସ ଜାଲରେ ଆର୍ଆଇ ଅଫିସ ରାତ୍ରଜଗୁଆଳ: ଜମି ପଟ୍ଟା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ
/sambad/media/post_attachments/wp-content/uploads/2023/08/564fh65fh4f65h4fhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)