ସହଯୋଗୀଙ୍କ ସହ ଧରାପଡ଼ିଲେ ଆର୍‌ଆଇ: ମ‌ହଙ୍ଗା ପଡ଼ିଲା ୩୩ ଶହ ଟଙ୍କା ଲାଞ୍ଚ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଦହିତା ରାଜସ୍ବ ନିରୀକ୍ଷକ ଦାମୋଦର ସୁନା ଓ ତାଙ୍କ ସହଯୋଗୀ ସୋମଦେବ ବନଛୋର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୩୩ ଶହ ଟଙ୍କା ଲାଞ୍ଚ ନେବାବେଳେ ଦୁହେଁ ଧରାପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଁ ହିତାଧିକାରୀଙ୍କୁ ଦୁଇ ଡେସମିଲ୍‌ ଜମିର ନକ୍ସାର ଆବଶ୍ୟକତା ରହିଛି। ତେଣୁ ହିତାଧିକାରୀମାନେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଧାଇଁଥାନ୍ତି। ଏହାର ସୁଯୋଗ ନେଇ ଆର୍‌ଆଇ ଦାମୋଦର ସୁନା ଟଙ୍କା ଆଦାୟ ପାଇଁ ସୋମଦେବକୁ ଦାୟିତ୍ବ ଦେଇଥିଲେ। ନକ୍ସା ପିଛା ତିନି ଶହ ଆଦାୟ କରାଯାଉଥିଲା।

ମଣ୍ତୋମହୁଲ ଗ୍ରାମର ପ୍ରସନ୍ନ ବରିହା ନିଜ ସହ ଅନ୍ୟ ୧୦ଜଣ ହିତାଧିକାରୀଙ୍କ ନକ୍ସା ପାଇଁ ତିନି ହଜାର ତିନିଶହ ସଂଗ୍ରହ କରିବା ସହ ସୋମଦେବକୁ ଯୋଗାଯୋଗ କରିଥିଲେ। ଏହା ପୂର୍ବରୁ ହିତାଧିକାରୀମାନେ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ଆଧାରରେ ଭିଜିଲାନ୍ସ ଟିମ୍‌ ଲାଞ୍ଚ ଟଙ୍କା ସହ ଆର୍‌ଆଇ ଓ ତ‌ାଙ୍କ ସହଯୋଗୀକୁ ଧରିଥିଲା।

ସମ୍ବନ୍ଧିତ ଖବର