କରୋନା କାଳରେ ପେଟ ଚିନ୍ତା; କାହା ପାଇଁ କେମିତି…

ମଧ୍ୟାହ୍ନଭୋଜନ ବାବଦରେ ମିଳିବ ଚାଉଳ ଓ ଟଙ୍କା

ଭୁବନେଶ୍ବର : ସ୍କୁଲ ବନ୍ଦ ରହିଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ବାବଦରେ ଚାଉଳ ଓ ଟଙ୍କା ପ୍ରଦାନ କରାଯିବ। ୨୦୨୧-୨୨ ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟରେ ଜୁନ୍‌ ୩୦ ପର୍ଯ୍ୟନ୍ତ ୩୭ ଦିନର ମଧ୍ୟାହ୍ନଭୋଜନ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। କରୋନାର ଦ୍ବିତୀୟ ଲହର ଚାଲିଥିବାରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ କେଉଁ ନିୟମ ଅନୁଯାୟୀ ମଧ୍ୟାହ୍ନଭୋଜନ ବଣ୍ଟନ କରାଯିବ, ସେନେଇ ନିୟମାବଳୀ ଜାରି କରାଯାଇଛି।

ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି) ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକମାନେ ପିଲାଙ୍କ ଅଭିଭାବକଙ୍କୁ ସ୍କୁଲ କ୍ୟାମ୍ପସ୍‌ରେ ମଧ୍ୟାହ୍ନଭୋଜନ ଚାଉଳ ପ୍ରଦାନ କରିବେ। କୋଭିଡ୍‌ କଟକଣା ମଧ୍ୟରେ ଚାଉଳ ବଣ୍ଟନ ହେବ। ସମସ୍ତ ପ୍ରକ୍ରିୟାରେ ଯେପରି ସ୍ବଚ୍ଛତା ରହିବ, ସେ ଦିଗରେ ପ୍ରଧାନଶିକ୍ଷକମାନେ ପଦକ୍ଷେପ ନେବେ। ଅଡିଟ୍‌ ପାଇଁ ଆବଶ୍ୟକ ସମସ୍ତ ରେଜିଷ୍ଟର୍‌ ଠିକ୍‌ ଭାବେ ପରିଚାଳିତ ହେବା ଆବଶ୍ୟକ। ସେହିପରି ୩୭ ଦିନ ପାଇଁ ରନ୍ଧନ ଖର୍ଚ୍ଚର ଦେୟ ସିଧାସଳଖ ଡିବିଟି ମୋଡ୍‌ରେ ସ୍କୁଲ ପିଲା କିମ୍ବା ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ଲାଗି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର