ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଛତିଶଗଡ଼ର ଧାନ ପ୍ରବେଶ ରୋକିବାକୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ୪ଟି ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ପ୍ରତି ସ୍କ୍ୱାର୍ଡରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍, ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀ ରହିଛନ୍ତି। ସେମାନେ ଜିଲ୍ଲାର ପ୍ରବେଶ ପଥମାନଙ୍କ ଉପରେ ବିଶେଷ ନଜର ରଖିବା ସହ ଯେମିତି ବାହାର ଧାନ ଗାଡ଼ି ଜିଲ୍ଲାକୁ ନପଶେ ତା’ଉପରେ ଧ୍ୟାନ ଦେବେ। ସେହିପରି ବାହାର ରାଜ୍ୟର ନମ୍ବର ଥିବା ଧାନ ବୋଝେଇ ଗାଡ଼ି ଦେଖିଲେ ତାକୁ ଯାଞ୍ଚ କରାଯିବ। ଧାନ କିଣାବିକାରେ ଅନିୟମିତତାକୁ ରୋକିବା ପାଇଁ ପୂର୍ବରୁ ଖରାପ ରେକର୍ଡ ଥିବା ଅସାଧୁ ମିଲ୍ ଓ ମିଲର୍ସଙ୍କ ଉପରେ ବି ବିଶେଷ ନଜର ରଖାଯିବ ବୋଲି ଜଣା ପଡ଼ିଛି।
ଛତିଶଗଡ଼ ଧାନ ରୋକିବାକୁ ଗଠନ କରାଗଲା ୪ ସ୍ବତନ୍ତ୍ର ସ୍କ୍ୱାର୍ଡ
/sambad/media/post_attachments/wp-content/uploads/2020/11/t-223.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)