ବରଗଡ଼ : ବରଗଡ଼ ଜିଲ୍ଲା କେନ୍ଦପାଲିସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ନିଗମ ଭଣ୍ଡାରରେ ଏକ କେନ୍ଦ୍ରୀୟ ଟିମ୍ ଯାଂଚ ଆରମ୍ଭ କରିଛି। ଜିଲ୍ଲା ଖାଦ୍ୟ ଓ ଯୋଗାଣ ବିଭାଗର ଅଧିକାରୀ ମଧ୍ୟ ଏଥିରେ ସାମିଲ ଥିଲେ। ଏହି ମିଳିତ ଯାଂଚ ବେଳେ ଚାଉଳର ମାନ ଓ ଗଛିତ ଚାଉଳର ପରିମାଣ ଯାଞ୍ଚ ହୋଇଛି। ଜିଲ୍ଲାର ବିଭିନ୍ନ ସିଡ୍ବ୍ଲୁସି ଗୋଦାମ, ରାଇସ୍ ମିଲ୍, କେନ୍ଦ୍ର ସରକାରଙ୍କ ଏଫ୍ଏସ୍ଡି ପଏଣ୍ଟ ଓ ରାଜ୍ୟ ସରକାରଙ୍କ ଆର୍ଆର୍ସି ସେଣ୍ଟରରେ ଏଭଳି ଯାଂଚ ଜାରି ରହିଛି। ତେବେ ଏହି ଟିମ୍ ଯାଂଚ ପରେ ହିଁ ଚାଉଳର ମାନ ଏବଂ ଷ୍ଟକ୍ ପରିମାଣ ସଂପର୍କରେ ସୂଚନା ଦେବ ବୋଲି ଜଣାପଡ଼ିଛି।