ସମ୍ବଲପୁର: କ୍ଷେତରାଜପୁର ବଙ୍ଗାଳିପଡ଼ାରେ ବେଆଇନ୍ କରତ କଳ ଚାଲିଥିବା ନେଇ ସୂଚନା ମିଳିବା ପରେ ଗୁରୁବାର ସକାଳୁ ବନବିଭାଗର ଏକ ଟିମ୍ ଚଢ଼ଉ କରିଥିଲା। ଏହି ଘଟଣାରେ ବନବିଭାଗ ୫୦ ସିଏଫ୍ଟି ଶାଗୁଆନ କାଠ ସମେତ ଅନ୍ୟାନ୍ୟ କାଠ ଜବତ କରିଛି। ଜବତ କାଠଗୁଡ଼ିକର ମୂଲ୍ୟ ଆନୁମାନିକ ଭାବେ ୧.୫ ଲକ୍ଷ ଟଙ୍କାରୁ ଅଧିକ ହେବ ଓ ଜବତ କରତ କଳ ମେସିନ୍ର ମୂଲ୍ୟ ୧.୫ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏସିଏଫ୍ ଜି.ସି.ନାଏକଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଏସିଏଫ୍ ଏମ୍ଏଲ୍ ଶର୍ମା, ତେଜରାଜ ନାଏକ, ଟାଉନ୍ ରେଞ୍ଜ ଅଧିକାରୀ ପି.ବେହେରା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ବେଆଇନ୍ କରତ କଳରେ ଚଢ଼ଉ, ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାଠ ଓ ମେସିନ୍ ଜବତ
/sambad/media/post_attachments/wp-content/uploads/2020/07/fshh4sfh54fhf4h65sf4hfshsfhfhfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)