ବେଆଇନ୍‌ କରତ କଳରେ ଚଢ଼ଉ, ୪ ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

ସମ୍ବଲପୁର : ସମ୍ବଲପୁର ସହରର ଫାର୍ମ ରୋଡ୍‌ ଓ ଚେରୁଆପଡ଼ାରେ ବେଆଇନ୍‌ କରତ କଳ ଚାଲିଥିବା ନେଇ ସୂଚନା ପାଇ ବନବିଭାଗ, ଭିଜିଲାନ୍ସ ଓ କ୍ଷେତରାଜପୁର ପୁଲିସ୍‌ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଉଭୟ ମିଲ୍‌ରୁ ବନବିଭାଗ ୧୧୦ ସିଏଫ୍‌ଟି ଶାଳ କାଠ ଜବତ କରିଥିଲା। ଯେଉଁଥିରେ ୬୦ ସିଏଫ୍‌ଟି କେବଳ କାଠ ଗଣ୍ଡି ରହିଥିଲା। ଏହି କାଠର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୭୫୦୦୦ ଟଙ୍କା ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ଏହାବାଦ୍‌ ଉଭୟ ମିଲ୍‌ରେ ବ୍ୟବହୃତ ସାଢ଼େ ୩ ଲକ୍ଷ ଟଙ୍କାର ଯନ୍ତ୍ରାଂଶକୁ ମଧ୍ୟ ବନବିଭାଗ ପକ୍ଷରୁ ଜବତ କରାଯାଇଛି।

ଏହି ବେଆଇନ କାଠ ଝାରସୁଗୁଡା କିମ୍ବା ବାମରା ପଟରୁ ଆସିଥିବା ବନ ବିଭାଗର ଅଧିକାରୀ ମାନେ କହିଛନ୍ତି। ତେବେ ଏଠାରେ ଥିବା ଏହି ବେଆଇନ କରତକଳ ଉପରେ ପୂର୍ବରୁ ମଧ୍ୟ ଅନେକ ଥର ଚଢ଼ାଉ ହୋଇଛି। ଫାର୍ମରୋଡ୍‌, ଚେରୁଆପଡ଼ାରେ ନିର୍ଦ୍ଧିଷ୍ଟ କିଛି ସ୍ଥାନରେ ବେଆଇନ୍‌ ଭାବେ କରତ କଳ ଚାଲୁଛି। କିନ୍ତୁ ବନବିଭାଗର ଆଖି ଆଢୁଆଳରେ କାଠ ମାଫିଆମାନେ ସହରକୁ କାଠ ଆଣିବା ପରେ ପଟା ଚିରି ବେଧଡ଼କ ଭାବେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଗତ ୩ ବର୍ଷ ମଧ୍ୟରେ ବନବିଭାଗ ପକ୍ଷରୁ ନିର୍ଦ୍ଧିଷ୍ଟ ‌ଏହି ୨ ମିଲ୍‌ରେ ୬ଥରରୁ ଅଧିକ ଥର ଚଢଉ ହେଲାଣି, ଏହାବାଦ୍‌ ଅନ୍ୟ ୧୦ରୁ ଅଧିକ ମିଲ୍‌ରେ ବି ଚଢ଼ଉ ହୋଇଛି। କିନ୍ତୁ ସବୁଥର ଭଳି ଏଥର ମଧ୍ୟ ମିଲ୍‌ ମାଲିକ ଫେରାର୍‌ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର