ଧର୍ମଶାଳା : ବେଆଇନ୍ ଭାବେ ମାଟିମୋରମ ନେଇ ନିଜ ଜମିରେ ପକାଇବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ସୁନ୍ଦୁରିଆ ପଞ୍ଚାୟତ ସାରୋଇ ଗ୍ରାମର ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରାଙ୍କୁ ଗିରଫ କରାଯାଇଛି। ଚଣ୍ତିଖୋଲ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ରଗଡ଼ି ଜେଲ୍କୁ ପଠାଇ ଦିଆଯାଇଛି। ସେହିପରି, ଗତକାଲିଠାରୁ ଅଟକ ଥିବା ୪ଜଣ ଟ୍ରାକ୍ଟର ଡ୍ରାଇଭର ଓ ଜେସିବି ଚାଳକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ସାରୋଇ ପାହାଡ଼, ଡଙ୍କାରି, ବିଛାଖଣ୍ତି, ରାହାଡ଼ପୁର, ଆରୁହା ଆଦି ପାହାଡ଼ରେ ହେଉଥିବା କଳାପଥର ଲୁଟ୍କୁ ଶ୍ରୀ ବେହୁରା ବିରୋଧ କରି ଆସିଛନ୍ତି। ଲୁଣିବର ପଥର ଖାଦାନରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଶ୍ରୀ ବେହୁରା ଧର୍ମଶାଳା ତହସିଲଦାରଙ୍କ ବିରୋଧରେ ଜେନାପୁର ଥାନାରେ ଏତଲା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/jail3-1.jpg)