ପ୍ରଧାନମନ୍ତ୍ରୀଙ୍କ ଆଜି ଗୁଜରାଟ ଗସ୍ତ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେଡିପି ମଲ୍ଟିସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିବେ । ଏହାପରେ ଉକ୍ତ ସ୍ଥାନରେ ଏକ କାର୍ଯ୍ୟକ୍ରମରେ ସେ ଉଦ୍‌ବୋଧନ ଦେବେ । ପରେ ଅପରାହ୍ନ ପ୍ରାୟ ୪ଟାରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରସ୍ଥିତ ମହାତ୍ମା ମନ୍ଦିରଠାରେ ‘ସହକାର ସେ ସମୃଦ୍ଧି’ ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କୁ ନେଇ ହେବାକୁ ଥିବା ଆଲୋଚନାଚକ୍ରରେ ସମ୍ବୋଧନ କରିବେ । ଏଠାରେ ସେ କଲୋଲର ଇଫକୋଠାରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାକୁ ମଧ୍ୟ ଉଦ୍‌ଘାଟନ କରିବେ।

ଗୁଜରାଟର ସମବାୟ କ୍ଷେତ୍ର ସମଗ୍ର ରାଷ୍ଟ୍ର ପାଇଁ ଏକ ରୋଲ ମଡେଲ୍‌ ହୋଇପାରିଛି । ରାଜ୍ୟ ସମବାୟ କ୍ଷେତ୍ରରେ ୮୪ ହଜାରରୁ ଅଧିକ ସମିତି ରହିଛି । ଏହି ସମିତିଗୁଡ଼ିକରେ ପ୍ରାୟ ୨୩୧ ଲକ୍ଷ ସଦସ୍ୟ ଯୋଡ଼ିହୋଇଛନ୍ତି। ରାଜ୍ୟରେ ସମବାୟ ବିପ୍ଳବକୁ ଆହୁରି ସୁଦୃଢ଼ କରିବା ପାଇଁ ଆଉ ଏକ ପଦକ୍ଷେପ ସ୍ୱରୂପ, ଗାନ୍ଧିନଗରର ମହାତ୍ମା ମନ୍ଦିରଠାରେ ‘ସହକାର ସେ ସମୃଦ୍ଧି’ ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ସମବାୟ ସଂସ୍ଥାରୁ ୭,୦୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ମାତୁଶ୍ରୀ କେଡିପି ମଲ୍ଟିସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିବେ, ଯାହା କି ଶ୍ରୀ ପଟେଲ ସେବା ସମାଜ ଦ୍ୱାରା ପରିଚାଳିତ ହେଉଛି । ଏହା ଉନ୍ନତ ମାନର ମେଡିକାଲ ଉପକରଣ ଉପଲବ୍ଧ କରାଇବ ଏବଂ ଉକ୍ତ ଅଞ୍ଚଳର ଲୋକଙ୍କ ପାଇଁ ବିଶ୍ୱ ଶ୍ରେଣୀୟ ଚିକିତ୍ସା ସୁବିଧା ଯୋଗାଇଦେବ। ଏହାପରେ ପ୍ରଧାନମନ୍ତ୍ରୀ ଏକ ସାର୍ବଜନିନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ।

ସମ୍ବନ୍ଧିତ ଖବର