ଏବେ ରୀତାଙ୍କ ପାଇଁ ଅସଲ ଚାଲେଞ୍ଜ ଆରମ୍ଭ

ବିଜେପୁର : ବିଜେପୁର ଉପନିର୍ବାଚନ ଫଳାଫଳ ସମଗ୍ର ସମସ୍ତଙ୍କୁ ଚକିତ କରିଛି। ହାର୍‌-ଜିତ୍‌ର ସମୀକ୍ଷା ଆରମ୍ଭ ହୋଇଛି। ବିକାଶ ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଦଳୀୟ ସଂଗଠନ ଆଦି ବିଜେଡିର ବିଜୟକୁ ସୁଗମ କରିଥିଲା। ଭୋଟରଙ୍କ ମାନସିକତାକୁ ଠଉରାଇ ନପାରିବା ଏବଂ ନେତା-କର୍ମୀଙ୍କ ସମନ୍ମୟ ଅଭାବ ବିଜେପିର ପରାଜୟର କାରଣ ବୋଲି କୁହାଯାଉଛି। ତେବେ କଂଗ୍ରେସକୁ ଏହି ପରାଜୟ ଆହୁରି ଶୋଚନୀୟ ସ୍ଥିତିକୁ ଟାଣି ନେଇଛି। ଏ‌ବେ ବିଧାୟିକା ରୀତା ସାହୁଙ୍କ ପାଇଁ ନୂଆ ଚାଲେଞ୍ଜ ଆରମ୍ଭ ହୋଇଛି। ୨୦୧୮ ଉପ-ନିର୍ବାଚନରେ ରୀତା ସାହୁ ବିପୁଳ ବିଜୟ ଲାଭ କରିଥିଲେ ହେଁ ସାଧାରଣ ନିର୍ବାଚନରେ ତାଙ୍କ ବଦଳରେ‌ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇ ପରେ ଆସନ ଛାଡ଼ିଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଟି ପ୍ରତିଶ୍ରୁତିକୁ ଫଳପ୍ରଦ କରାଇବା ତାଙ୍କ ପ୍ରଥମ ଲକ୍ଷ୍ୟ ରହିବ। ୨୦୧୮ ଉପନିର୍ବାଚନ ପରେ ରୀତା ପ୍ରାୟ ୧୩ ମାସର ଅଭିଜ୍ଞତା ହାସଲ କରିଛନ୍ତି। ‘ବିକାଶ’ ପ୍ରସଂଗ ନେଇ ବିଜେଡି ଏଥର ମଇଦାନକୁ ଓହ୍ଲାଇଥିଲା। ତେଣୁ ଏହି ବିକାଶଧାରାକୁ ରୀତା କିଭଳି ମୁଣ୍ଡା‌ଇବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର