ବରଗଡ଼: ବିଜେଡି ପ୍ରାର୍ଥୀଭାବେ ରୀତା ସାହୁଙ୍କ ପ୍ରାର୍ଥୀପତ୍ର ଦାଖଲ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପ ନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀଭାବେ ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବରିଷ୍ଠ ବିଜେଡି ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ଅନଙ୍ଗ ଉଦୟ ସିଂହଦେଓ , ମନ୍ତ୍ରୀ ସ୍ନୋହାଙ୍ଗୀନୀ ଛୁରିଆ, ବିଧାୟକ ସଞ୍ଜୟ ଦାସବର୍ମା ଓ ସାଂସଦ ପ୍ରଭାସ ସିଂହଙ୍କ ଉପସ୍ଥିତିରେ ଶ୍ରୀମତୀ ସାହୁ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର