ନବୀନଙ୍କୁ ଭେଟିଲେ ରୀତା, ଓ୍ୱିଟ୍ କଲେ ଧର୍ମେନ୍ଦ୍ର, ବିଜେପିର ରାଜନୈତିକ ସଂଘର୍ଷ ଜାରି ରହିବ

ଭୁବନେଶ୍ବର : ବିଜେପୁରରେ ରେକର୍ଡ ୯୭ ହଜାର ୯୯୦ େଭାଟ ବ୍ୟବଧାନରେ ବିଜୟୀ ହେବା ପରେ ଆଜି ରୀତା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ େଭଟିଥିଲେ। ଦଳର କିଛି ଛାମୁଆ େନତା ଓ କର୍ମୀଙ୍କ ଗହଣରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ଗତକାଲି ତାଙ୍କୁ ଟେଲିଫୋନରେ ଅଭିନନ୍ଦନ ଜଣାଇଥିଲେ ହେଁ, ଆଜି ରୀତାଙ୍କୁ େଲାକଙ୍କ ପାଇଁ କାମ କରିବା ଲାଗି ପ୍ରବର୍ତାଇଥିଲେ।

ଅନ୍ୟପକ୍ଷରେ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେପୁର ବିଜୟ ପାଇଁ ଉଭୟ ରୀତା ସାହୁ ଓ ବିଜେଡିକୁ ଅଭିନନ୍ଦନ ଜଣାଇଛନ୍ତି। ଟ୍ବିଟ୍ କରି କହିଛନ୍ତି, ଗଣତନ୍ତ୍ରରେ ବିଜେପୁର ବାସୀଙ୍କ ନିଷ୍ପତ୍ତିକୁ ମୁଣ୍ଡପାତି ସମ୍ମାନ ଜଣାଇଥିବା କଥା।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ବିଜେପିର ରାଜନୈତିକ ସଂଘର୍ଷ ଜାରି ରହିବ। ରାଜ୍ୟର ୩୭ ହଜାର ବୁଥରେ ସଂଗଠନକୁ ସୁଦୃଢ କରିବା ସହିତ େଲାକ କଲ୍ୟାଣ ଓ େଲାକ ସଂପର୍କ ମାଧ୍ୟମରେ ବିଶ୍ବାସ ହାସଲ କରାଯିବ। ସରକାର ପ୍ରାୟୋଜିତ କଳ ଓ ବଳକୁ ମୁକାବିଲା କରି ରାଜନୈତିକ ସଫଳତା ହାସଲରେ ବିଜେପି ଆଗାମୀ ଦିନରେ ସଫଳ ହେବ ବୋଲି େକନ୍ଦ୍ରମନ୍ତ୍ରୀ ବିଶ୍ବାସ ଦେଇଛନ୍ତି।

ଅନ୍ୟପଟରେ ବିଜେପୁରରେ ବିଜେପିର େଶାଚନୀୟ ପ୍ରଦର୍ଶନକୁ ନେଇ ରାଜନୈତିକ ମହଲରେ ତର୍ଜମା ଆରମ୍ଭ େହାଇଛି। ଦଳ ଏ େନଇ ସମ୍ପୂର୍ଣ୍ଣ ନିରବ ଥିଲେ ହେଁ, ରାଜନୈତିକ ମହଲ କିନ୍ତୁ ଏକାଧିକ କାରଣ େଖାଜୁଛନ୍ତି। ଏହି ମହଲର କହିବା କଥା େହଉଛି, ପୂର୍ବତନ ବିଧାୟକ ତଥା ଅଶୋକ ପ୍ରାଣିଗ୍ରାହୀ ଦଳ ଛାଡ଼ିବା ବିଜେପିକୁ ମହଙ୍ଗା ପଡ଼ିଛି। ଏହା ଫଳରେ ତୃଣମୂଳ ସ୍ତରରେ ନେତାମାନେ ଭାଗ ଭାଗ ହେବା କାରଣରୁ ବିଜେପିର ଶକ୍ତି ହ୍ରାସ ହେଲା। ସେହିଭଳି ବିଜେପି ନିଜସ୍ବ ଏଜେଣ୍ଡା ନ ରଖି କେବଳ ଶାସକ ଦଳକୁ ସମାଲୋଚନାରେ ବ୍ୟସ୍ତ ରହିଲା। ଦଳୀୟ ନେତାମାନେ ଅଧିକ ସଂଗଠିତ େହାଇପାରିଲେ ନାହିଁ, ଯାହାର ଲାଭ ବିଜେପିକୁ ଗଲା।

ଉଲ୍ଲେଖଯୋଗ୍ୟ, ଗତ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ସପକ୍ଷରେ ୫୩ହଜାର ୪୮୨ େଭାଟ ପଡିଥିବା ବେଳେ ଏଥର ଏହା ୩୭ ହଜାର ୯୬୭ (୨୦.୬୩%) କୁ ଖସିଆସିଛି। ଅର୍ଥାତ୍ ମାତ୍ର ୬ମାସ ବିତିନାହିଁ, ୧୫ ହଜାରରୁ ଅଧିକ େଭାଟର ବିଜେପି ଉପରୁ ମୁହଁ େଫରାଇ ନିଆଯିବା ଏକ ସାଧାରଣ ଘଟଣା ନୁହେଁ େବାଲି ଏହି ମହଲ ବିଶ୍ବାସ କରୁଛନ୍ତି।

ସମ୍ବନ୍ଧିତ ଖବର