ବିଜେପୁରରେ ରେକର୍ଡ ସଂଖ୍ୟକ ଭୋଟ୍‌ ପାଇ ଜିଣିଲେ ବିଜେଡି ପ୍ରାର୍ଥିନୀ ରୀତା ସାହୁ

ଭୁବନେଶ୍ୱର: ବିଜେପୁର ବିଧାନସଭା ଉପନିର୍ବାଚନର ରେକର୍ଡ ସଂଖ୍ୟକ ଭୋଟ୍‌ ପାଇ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିଜୟିନୀ ହୋଇଛନ୍ତି। ୨୧ ତଥା ଶେଷ ରାଉଣ୍ଡ୍‌ ଗଣତି ଶେଷ ସୁଦ୍ଧା ୧ ଲକ୍ଷ ୩୫ ହଜାର ୯୫୭ ଖଣ୍ଡ ଭୋଟ୍‌ ପାଇ ରୀତା ସାହୁ ୯୭ ହଜାର ୯୯୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଏହି ଉପନିର୍ବାଚନ ଜିଣିଛନ୍ତି। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୩୭୯୬୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୫୮୭୩ ଖଣ୍ଡ ଭୋଟ୍‌ ପାଇଛନ୍ତି। ପୂର୍ବରୁ କଂଗ୍ରେସର ଗଡ଼ କୁହାଯାଉଥିବା ଏହି ଆସନରେ ଏଥରକୁ ମିଶାଇ ବିଜେଡି କ୍ରମାଗତ ତିନି ଥର ବିଜୟୀ ହୋଇଛି।

ଏହା ସହ ରୀତା ଆଉ ଏକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ରାଜ୍ୟର ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହେବାକୁ ଯାଉଛନ୍ତି ରୀତା । ଏହାପୂର୍ବରୁ ଚଳିତ ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟରେ ବିଜୟୀ ହୋଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡାରେ ୮୧,୪୩୦ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ସବୁଠୁ ବଡ କଥା ହେଲା, ୨୦୧୮ ଉପନିର୍ବାଚନ ତୁଳନାରେ ଢେର ଅଧିକ ଭୋଟ ହାତେଇଛନ୍ତି ରୀତା।

ସମ୍ବନ୍ଧିତ ଖବର