ସାରନଗରୀ : ଜଗନ୍ନାଥ ହୁଅନ୍ତୁ ବା ଯେକୌଣସି ଦେବାଦେବୀଙ୍କ ଚିତ୍ର ହେଉ କିମ୍ବା ପାରମ୍ପରିକ କଳାର ଚିତ୍ରକୁ ବୋତଲ ଉପରେ ଆଙ୍କି ଦେଖାଇଛନ୍ତି ନିଖୁଣ କାରିଗର ସାରନଗରୀ ତଳ ବାଲିଝୁଡ଼ିରେ ରହୁଥିବା ଓଡ଼ିଆ ବୋହୂ ରୀତାଞ୍ଜଳି।
କଟକ ଫୁଲନଖରା ମଇଧର ପଡ଼ାର ମୂଳ ବାସିନ୍ଦା ରୀତାଞ୍ଜଳିଙ୍କର ଛୋଟବେଳୁ ଚିତ୍ରାଙ୍କନ, ମେହେନ୍ଦି, ସୋଲରେ ଛୋଟ ଛୋଟ ମନ୍ଦିର ଓ ରଥ ନିର୍ମାଣ କରିବାରେ ଥିଲା ପ୍ରବଳ ଆଗ୍ରହ। ବାପା ମାଙ୍କ ଠାରୁ ଅନୁପ୍ରାଣିତ ହୋଇ ରୀତାଞ୍ଜଳି ମୋବାଇଲ ଦେଖି ୨୦୧୩ ମସିହାରେ ବୋତଲ ଉପରେ ପଟଚିତ୍ର କଳା ଆରମ୍ଭ କରିଥିଲେ। ୨୦୧୪ ମସିହାରେ ବିବାହ ପରେ ରୀତାଞ୍ଜଳି ଶ୍ବଶୁର ଘର ତଳ ବାଲିଝୁଡ଼ିକୁ ଆସିଥିଲେ। ନୂଆକରି ଶ୍ବଶୁର ଘରକୁ ଆସିବା ପରେ ରୀତାଞ୍ଜଳିଙ୍କର କିଛିଦିନ ଏହି କଳା ଆଙ୍କିବାରେ ବ୍ୟାଘାତ ହୋଇଥିବା ସତ୍ୱେ ସେ ଛାଡ଼ିନଥିଲେ।
ଶ୍ବଶୁର ଉଦୟନାଥ, ଶାଶୁ ପ୍ରମିଳା ଓ ସ୍ୱାମୀ ହିମାଂଶୁ ରୀତାଞ୍ଜଳିଙ୍କର ଏହି ପଟ୍ଟଚିତ୍ର କଳା ପ୍ରତି ଥିବା ପ୍ରବଳ ଆଗ୍ରହକୁ ରୋକି ପାରିନଥିଲେ। ଓଲଟା ସ୍ୱାମୀ ତାଙ୍କର ଏହି ବୋତଲ ଉପରେ ପଟ୍ଟଚିତ୍ର କଳା କିଭଳି ଭାବେ ଦେଶ ବିଦେଶରେ ନାଁ କରି ପାରିବ ସେ ନେଇ ଆମାଜନ୍ରେ ଭକ୍ତି ହସ୍ତଶିଳ୍ପ ନାମରେ ଏକ ଆକାଉଣ୍ଟ୍ ଖୋଲି ଦେଇଥିଲେ। ଯେଉଁଥିରେ ସେ ଲୋକ ମାନଙ୍କର ଚାହିଦାକୁ ନଜରରେ ରଖି ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଏହି ସାଇଟ୍ରେ ରାଉରକେଲା ଓ ପାଖଆଖ ଅଂଚଳରୁ ତାଙ୍କୁ ଭଲ ପ୍ରତିକ୍ରିୟା ମିଳିବାରୁ ଏବେ ଏହି କଳା ପ୍ରତି ତାଙ୍କର ଆହୁରି ଆଗ୍ରହ ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସହାୟତା କିମ୍ବା ପ୍ରୋତ୍ସାହନ ମିଳି ପାରିଲେ ସେ ଏହି କଳାକୁ ଆହୁରି ଆଗକୁ ନେଇ ପାରିବେ ବୋଲି ମତ ରଖିଛନ୍ତି ରୀତାଞ୍ଜଳି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/1d2a042b-3d9d-4371-a803-42660bb5ee3a.jpg)