ଓଡ଼ିଶା ସ୍ବାର୍ଥକୁ କେନ୍ଦ୍ରର ଚୋଟ, ରିଭର ବେସିନ ବିଲ୍ ଓଡ଼ିଶା ବିରୋଧୀ
ପ୍ରସ୍ତାବିତ କେନ୍ଦ୍ରୀୟ ବିଲ୍ରୁ ଷଡ଼୍ଯନ୍ତ୍ରର ଗନ୍ଧ, ବିଧାନସଭାରେ ଉଦ୍ବେଗ ପ୍ରକାଶ କଲା ବିଜେଡି, ବିବୃତି ଦେବା ଲାଗି ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦେଶ
ଭୁବନେଶ୍ବର : ମହାନଦୀ ଅନ୍ତଃରାଜ୍ୟ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। କେବେ ଟ୍ରିବ୍ୟୁନାଲ ତାଙ୍କ ରାୟ ଶୁଣାଇବେ, ଓଡ଼ିଶାକୁ ନ୍ୟାୟ ମିଳିବ କି ନାହିଁ, ତାହା ଉପରେ ସମଗ୍ର ରାଜ୍ୟର ନଜର ରହିଛି। ଠିକ୍ ଏମିତି ଏକ ସମୟରେ େକନ୍ଦ୍ର ସରକାର ସଂସଦରେ ଏକ ବିଲ୍ ଅନୁମୋଦନ କରିବା ଲାଗି ପାଗ ଭିଡୁଥିବା ଜଣାପଡ଼ିଛି। ଏହି ବିଲ ଓଡ଼ିଶା ପାଇଁ ବିପଦ ଟାଣି ଆଣିଲାଣି। େଯକୌଣସି ମୁହୂର୍ତରେ ପ୍ରସ୍ତାବିତ ଏହି ବିଲ୍ ଅନୁେମାଦନ ପାଇଁ ଗୃହ ସାମ୍ନାକୁ ଆସିପାରେ। ଏଥିରେ େଯଉଁ ବଡ଼ ଷଡ଼ଯନ୍ତ୍ର ସଂପର୍କରେ ଆଭାସ ମିଳୁଛି, ତାହା େହଉଛି, ରାଜ୍ୟର କ୍ଷମତା ସଙ୍କୁଚିତ େହାଇଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଜି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି। ଘଟଣାର ଗମ୍ଭୀରତା ଉପଲବ୍ଧି କରି ବାଚସ୍ପତି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପାଖରେ କଣ ତଥ୍ୟ ରହିଛି, ଆଭିମୁଖ୍ୟ କଣ ହେବ, ସେ ନେଇ ଗୃହରେ ବିବୃତି ଦେବା ଲାଗି ଜଳସଂପଦ ମନ୍ତ୍ରୀଙ୍କୁ ନିେର୍ଦଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଶୂନ୍ୟକାଳରେ ବିଧାୟକ ଅମର ପ୍ରସାଦ ଶତପଥୀ ଆେଲାଚନା କରିବାକୁ ଚାହିଁଥିଲେ ହେଁ, ବାଚସ୍ପତି ରୁଲିଂ ଦେଇଥିବା କଥା କହି ଅଧିକ ଆେଲାଚନା ପାଇଁ ସୁେଯାଗ ଦେଇନଥିଲେ।
ମିଳିଥିବା ସୂଚନା ଅନୁସାରେ, ରିଭର ବେସିନ୍ ମ୍ୟାନଜେମେଣ୍ଟ ବିଲ୍ ବା ନଦୀ ଅବବାହିକା ପରିଚାଳନା ବିଲ୍ େଯ କୌଣସି ମୁହୂର୍ତରେ ଅନୁେମାଦନ ପାଇଁ େଲାକସଭା ସାମ୍ନାକୁ ଆସିପାରେ। ୨୦୧୮ରେ ଏହି ବିଲ୍ େକନ୍ଦ୍ର ସରକାର ଆଗତ କରିସାରିଛନ୍ତି। ଏହି ବିଲ୍ ଷ୍ଟାଣ୍ଡିଂ କମିଟିକୁ ଯାଇଥିଲା ଓ ଇତିମଧ୍ୟରେ ଅନୁେମାଦନ ଲାଭ କରିସାରିଛି। ସମ୍ଭବତଃ ଚଳିତ ଅଧିବେଶନରେ ଏହା ଅନୁମୋଦନ ପାଇଁ ଆସିବ।
ଏହି ବିଲ୍ରେ ଥିବା କିଛି ବ୍ୟବସ୍ଥା ଓଡ଼ିଶା ଭଳି ରାଜ୍ୟ ପାଇଁ ବିପଦ ଟାଣି ଆଣିଲାଣି। ଓଡ଼ିଶାର ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ଇନ୍ଦ୍ରାବତୀ ଭଳି ନଦୀର ଭାଗ୍ୟ ଗଭୀର ଭାବେ ସଙ୍କୁଚିତ େହାଇପାରେ। େକନ୍ଦ୍ର ସରକାର ଏହି ବିଲ୍ରେ ବ୍ୟବସ୍ଥା ରଖିଛନ୍ତି େଯ ଅନ୍ତଃରାଜ୍ୟ ନଦୀ େକ୍ଷତ୍ରରେ ଏକ ପରିଚାଳନା େବାର୍ଡ ରହିବ। ନଦୀ ସହିତ ସଂପୃକ୍ତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ପାଳି କରି ଅଧ୍ୟକ୍ଷ ହେବେ। ସେହିଭଳି ଏକ କାର୍ଯ୍ୟକାରୀ କମିଟି ରହିବ, ଯେଉଁଥିରେ ବିଭିନ୍ନ ରାଜ୍ୟର ଜଳସଂପଦ ସଚିବ ବା ସର୍ବୋଚ୍ଚ ଯନ୍ତ୍ରୀ ସଭ୍ୟ ରହିବେ ଓ େକନ୍ଦ୍ର ଜଳ ଆେୟାଗ ଅଧ୍ୟକ୍ଷ ଏହାର ଅଧ୍ୟକ୍ଷତା କରିବେ।
ଏଥିରେ େକନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି େଯ ଅନ୍ତଃରାଜ୍ୟ ଜଳ ବିବାଦ େକ୍ଷତ୍ରରେ ଏହି ପରିଚାଳନା େବାର୍ଡ ସମାଧାନର ରାସ୍ତାର ନିର୍ଣ୍ଣୟ କରିବ। ସର୍ବାଧିକ ବର୍ଷେ ଭିତରେ ଏହା ସମାଧାନର ରାସ୍ତା କାଢିବ। ଯଦି ନ ହୁଏ, ତେବେ ବିକଳ୍ପ କି ବ୍ୟବସ୍ଥା ହେବ, ସେଥିରେ କିଛି କୁହାଯାଇନାହିଁ। କେବଳ ସେତିକି ନୁହେଁ, ଅନ୍ତଃରାଜ୍ୟ ଜଳ ବିବାଦ େନଇ ବର୍ତମାନର େଯଉଁ ବିଲ୍ ରହିଛି, ତାହାର ଭାଗ୍ୟ କଣ ହେବ, ତାହା ମଧ୍ୟ ନିର୍ଣ୍ଣୟ େହାଇନାହିଁ।
ସେହିଭଳି ଅନ୍ତଃରାଜ୍ୟ ନଦୀ େକ୍ଷତ୍ରରେ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ କମିଟି ବା ପରିଚାଳନା କମିଟି ଅଗୋଚରରେ େହାଇପାରିବ ନାହିଁ। େଯ କୌଣସି ରାଜ୍ୟ େଛାଟ ବଡ଼ ପ୍ରକଳ୍ପ କଲେ, ଏପରିକି ଉଠା ଜଳସେଚନ ପ୍ରକଳ୍ପ, ନଳକୂପଟିଏ କଲେ ବି ଅନୁେମାଦନ ନେବାକୁ ପଡ଼ିବ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ବିଲ୍ ଉପରେ ଓଡ଼ିଶା ପୂର୍ବରୁ ଆପତ୍ତି ଉଠାଇ େକନ୍ଦ୍ରକୁ ଚିଠି ଲେଖିଥିଲା। ସବୁ େଛାଟ କଥାରେ ଅନୁମତି ଦେବା ସମ୍ଭବ ନୁହେଁ େବାଲି ଜଳସଂପଦ ବିଭାଗ ଦର୍ଶାଇବା ସହିତ ଏକ ନିର୍ଦିଷ୍ଟ ପରିମାଣ ପର୍ଯ୍ୟନ୍ତ ରାଜ୍ୟକୁ କ୍ଷମତା ଦେବା ଉପରେ ମତ ରଖାଯାଇଥିଲା। ମାତ୍ର ଏହା ଉପରେ େକନ୍ଦ୍ର କୌଣସି ପଦକ୍ଷେପ ନେଇନାହିଁ। ଗତ ଜୁନ ୩ ତାରିଖରେ ଏକ ବୈଠକରେ ବି େକନ୍ଦ୍ର ଆପତ୍ତି କରିଛି। ଓଡ଼ିଶାକୁ େଦଖି ଅନ୍ୟ ରାଜ୍ୟମାନେ ମଧ୍ୟ ବିେରାଧ ପାଇଁ ଚିନ୍ତା କଲେଣି।
ଏହି ଆଇନ ଯଦି ପାରିତ ହୁଏ, ଓଡ଼ିଶା େକ୍ଷତ୍ରରେ କେବଳ ମହାନଦୀରେ ସମସ୍ୟା େହବ ତା ନୁେହଁ, ବୈତରଣୀ ଭଳି ନଦୀ େକ୍ଷତ୍ରରେ େଯଉଁଠି ମାତ୍ର ୨% ଝାଡ଼ଖଣ୍ଡରେ ଅଛି, େସଠାରେ ମଧ୍ୟ ରାଜ୍ୟ ସରକାରଙ୍କୁ ସଂପୃକ୍ତ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ଓ େକନ୍ଦ୍ର ସରକାରଙ୍କ ଉପରେ ବି।
ବିଳମ୍ବରେ ହେଲେ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଥିଲା। ବିଜେଡି ସଭ୍ୟ ଶ୍ରୀ ମିଶ୍ର ଅଭିେଯାଗ କରିଥିଲେ େଯ ଜଳସଂପଦ ରାଜ୍ୟର ବିଷୟ। ଅଥଚ ବିଭିନ୍ନ ଆଇନକୁ ଆୟୁଧ କରି େକନ୍ଦ୍ର ଜଳସଂପଦ ମନ୍ତ୍ରାଳୟ ରାଜ୍ୟର କ୍ଷମତା ଉପରେ ଚୋଟ ବସାଇବାକୁ ଯାଉଛନ୍ତି। େଗାଟିଏ ପଟେ ନଦୀର ଗତିେରାଧର ରାସ୍ତା େଖାଲି ଦିଆଯାଉଛି। ମହାନଦୀ ପାଣିକୁ ଅଟକାଉଛନ୍ତି। ଶଙ୍ଖ ଓ େକାଏଲକୁ ଝାଡ଼ଖଣ୍ଡରେ ସେଂଯାଗ କରି ବ୍ରାହ୍ମଣୀ ପ୍ରବାହକୁ କମାଇଲେଣି। ଏବେ ଜୀବନଜୀବିକା ପ୍ରଭାବିତ ହେଲେଣି। ଏଭଳିସ୍ଥଳେ େକନ୍ଦ୍ର ଏଭଳି ବିଲ୍ ଆଣି େଯଉଁ ଷଡ଼୍ଯନ୍ତ୍ର କରୁଛନ୍ତି, ସେଥିରେ ରାଜ୍ୟ ଅଧିକ ହରାଇବ। ରାଜ୍ୟର ସ୍ବାର୍ଥ ଉପେକ୍ଷିତ ହେବ େବାଲି ଶ୍ରୀ ମିଶ୍ର ଚେତାଇଥିଲେ।
ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ େକନ୍ଦ୍ରର ଏହି ବିଲରେ ଆଞ୍ଚଳିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ତଥା ପରିବେଶ ଜନିତ ସ୍ଥିତି ଓ ନଦୀ ଅବବାହିକାରେ ଥିବା ଅଧିବାସୀମାନଙ୍କର ଜୀବନ ଜୀବିକାର ସ୍ଥିତି ଅନୁଶୀଳନ କରିବାର ଉପଯୁକ୍ତ ବ୍ୟବସ୍ଥା ନାହିଁ । ନଦୀ ଅବବାହିକାର ଜୈବ ବିବିଧତା ଓ ପରିବେଶକୁ ସନ୍ତୁଳିତ କରିବା ବ୍ୟବସ୍ଥା ନାହିଁ । ନଦୀ ପ୍ରବାହକୁ ବର୍ଷ ତମାମ ଅକ୍ଷୁଣ୍ଣ ରଖିବା ପାଇଁ ଏଥିରେ ବିଚାର ରଖାଯାଇ ନାହିଁ। ନଦୀର ଏହି ବେସିନ୍ ବିଲ୍କୁ ଆନ୍ତଃରାଜ୍ୟ ବେସିନ୍ ପରିଚାଳନା ବିଲ୍ ବୋଲି ନାମିତ ନ କରିବା ଏବଂ ଏହାର ବିଭିନ୍ନ ପ୍ରାବଧାନରେ ରାଜ୍ୟମାନଙ୍କର କ୍ଷମତାକୁ ସଂକୁଚିତ କରିବା ଏବଂ ଛୋଟମୋଟ ବ୍ୟବସ୍ଥାକୁ ପ୍ରସ୍ତାବିତ ବେସିନ୍ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ନିୟନ୍ତ୍ରିତ କରିବା ନେଇ ଶ୍ରୀ ମିଶ୍ର ଉଦ୍ବେଗ ପ୍ରକାଶ କରିଥିଲେ ।