କଳାପାଣିର ବିଷ: ସତ୍ତା ହରାଉଛି ଲିଲାରୀ

ଇବ୍‌ ଓ ଜଳଭଣ୍ଡାରକୁ ବି ପ୍ରଦୂଷିତ କରୁଛି, ସରକାର ଓ ପ୍ରଶାସନର ନିଘା ନାହିଁ

ଇବ୍‌ଥର୍ମାଲ/ବ୍ରଜରାଜନଗର : ପ୍ରଦୂଷଣରେ ଜର୍ଜରିତ ହୋଇ ମୃତ୍ୟୁମୁଖରେ ପଡ଼ିବାକୁ ଯାଉଛି ଲୀଲାରି ନାଲା। ଲୀଲାରିକୁ ସ୍ଥାନୀୟ ଅଞ୍ଚଳରେ ନାଲା ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏହା ଇବ୍‌ ନଦୀର ଏକ ଉପନଦୀ। ସବୁଠାରୁ ବଡ଼ କଥା ହେଉଛି ଏହି ବିଷାକ୍ତ କଳାପାଣି ସିଧାସଳଖ ଇବ୍‌ ନଦୀରେ ମିଶିବା ସହ ଆଗକୁ ପ୍ରବାହିତ ହୋଇ ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ପ୍ରଦୂଷିତ କରୁଛି। କିନ୍ତୁ ସ୍ଥାନୀୟ ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓ ରାଜ୍ୟ ସରକାର ଏହା ପ୍ରତି ଆଖି ବୁଜି ଦେଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରୁ ବାହାରିଥିବା ଲୀଲାରି ବଞ୍ଜାରୀ ନିକଟରେ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବେଶ କରିବା ପରେ କୋଇଲା ଖଣି ଅଞ୍ଚଳ ଦେଇ ପ୍ରବାହିତ ହେଉଛି। ପ୍ରାୟ ୮୦ କିମି ଦୀର୍ଘ ଏହି ନାଳାରେ ବାଗମରା ନାଲା ବି ମିଶିଛି। ସମଲେଶ୍ୱରୀ ଓ ଲଜକୁରା ଖୋଲାମୁହଁ ଖଣିର ପାଣି ମାକରଚଟାଠାରେ ବାଗମରା ନାଲା ଦେଇ ଲିଲାରୀରେ ମିଶିଛି। ଖଣିରୁ ସିଧାସଳଖ ଏହି ନାଳକୁ ପାଣି ନିର୍ଗତ ହେଉଛି। ବର୍ଜ୍ୟଜଳ ସହ ପୋଡ଼ା ତୈଳ ମିଶ୍ରିତ ବହଳିଆ ପଦାର୍ଥ ବି ମିଶୁଛି। ଏହା ସମସ୍ତେ ଜାଣିଥିଲେ ବି ଜଳ ବିଶୋଧନ କିମ୍ବା ଜଳ ପ୍ରଦୂଷଣ ପରିଚାଳନା ପ୍ରତି ଅଣଦେଖା କରାଯାଉଛି।

ସେହିପରି ଲିଲାରୀ ନାଳର ଅଶୋଧିତ ବହଳ କଳା ପାଣି ସିଧାସଳଖ ଇବ୍‌ ନଦୀରେ ମିଶୁଛି। ଦଳଗାଁ ଓ କୁଦୋପାଲି ପଞ୍ଚାୟତ ସୀମା ବିଲେଇଗଡ଼ ଇବ ନଦୀର ସ୍ରୋତ। ଯାହା କି ନିକଟବର୍ତ୍ତୀ ମହାନଦୀ ଜଳଭଣ୍ଡାରରେ ମିଶିଛି। ଏଯାଏ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ମହାନଦୀ ଜଳଭଣ୍ଡାର ପ୍ରଦୂଷଣ ନେଇ କୌଣସି ପ୍ରକାର ଆନୁଷ୍ଠାନିକ ରିପୋର୍ଟ ନାହିଁ। ପରୋକ୍ଷ ଭାବେ ବୋର୍ଡର ଅଧିକାରୀମାନେ ପ୍ରଦୂଷଣ ଅଭିଯୋଗକୁ ସ୍ୱୀକାର କରୁଥିଲେ ବି କୌଣସି ପଦକ୍ଷେପ ନିଆଯାଉନାହିଁ। ଛତିଶଗଡ଼ରେ ବ୍ୟାରେଜ୍‌ ନିର୍ମାଣ ବେଳେ ରାଜ୍ୟ ସରକାର ଆଖି ବୁଜି ଦେଇଥିବା ଭଳି ଲୀଲାରି ଓ ମହାନଦୀର ଏହି ପ୍ରଦୂଷଣକୁ ପ୍ରତି ବି ଆଖି ବୁଜି ଦେଇଥିବା ମନେ ହେଉଛି। ଫଳରେ ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଇଛି।

ଅନ୍ୟପକ୍ଷରେ ଲିଲାରୀ ନାଳ ପ୍ରସଙ୍ଗରେ ଏମସିଏଲ ଲଖନପୁର ଖଣିକ୍ଷେତ୍ର ମହାପ୍ରବନ୍ଧକ ଆର.ପି ଗୁପ୍ତ କହନ୍ତି, ‘ନାଳର ପାଣି ଆମେ କୌଣସି ସ୍ଥାନରେ ଅଟକାଇ ନାହୁଁ। ଖଣି ଭିତରେ ଯେତେ ପାଣି ବାହାରୁଛି ତାକୁ ହିଁ ବ୍ୟବହାର କରିଥାଉ। ପ୍ରଦୂଷିତ ପାଣିକୁ ସେଡିମେଣ୍ଟେସନ କରାଯାଇ ଛଡ଼ା ଯାଉଛି।

ସମ୍ବନ୍ଧିତ ଖବର