ରାଉରକେଲା: ରାଉରକେଲାର ମୁଖ୍ୟ ମାର୍ଗଠାରୁ ଆରମ୍ଭକରି ବିଭିନ୍ନ ଅଞ୍ଚଳରେ ପାର୍କିଂ ସମସ୍ୟା ଏବେ ସୀମା ଟପିଲାଣି। ରାସ୍ତା ମଝିରେ ଯାନବାହନ ପାର୍କିଂ କରୁଥିବାରୁ ଏହି ସମସ୍ୟା ଦେଖାଦେଇଛି। ଏହାଦ୍ବାରା ଯାତ୍ରୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ବିଳମ୍ବ ହେଉ ପଛେ, ଶେଷରେ ଅମାନିଆଙ୍କ ଉପରେ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ଆର୍ଏମ୍ସିର ଏକ ସ୍ବତନ୍ତ୍ର ଦଳ ଆଜି ସହରର ବିଭିନ୍ନ ଅଞ୍ଚଳରେ ବୁଲି ଅନୈତିକ ପାର୍କିଂ ହଟାଇବାସହ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି।
ଏହି କ୍ରମରେ ସିଭିଲ ଟାଉନସିପ୍ ଅଞ୍ଚଳରେ ତନଖି କରିଥିଲେ ଆର୍ଏମ୍ସିର ଏହି ସ୍ବତନ୍ତ୍ର ଦଳ। ସିଭିଲ ଟାଉନସିପ୍ସ୍ଥ ବିଭିନ୍ନ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ତଥା ରାସ୍ତା ଉପରେ ଯାନବାହନ ପାର୍କିଂ କରାଯାଇଥିଲା। ଏହାଦ୍ବାରା ଗମନାଗମନ ବାଧାପ୍ରାପ୍ତ ହେବା ସହ ଅଯଥା ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିଥିଲା। ନିୟମ ଉଲ୍ଲଂଘନକରି ପାର୍କି କରିଥିବାରୁ ପ୍ରାୟ ୩୦ଟି ବାଇକ୍ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ତେବେ ନିୟ ଉଲ୍ଲଂଘନକାରୀ ସମ୍ମୁଖକୁ ଆସିନଥିଲେ। ଫଳରେ ୭ଟି ବାଇକ୍ ଓ ଗୋଟିଏ କାର୍କୁ ଏହି ସ୍ବତନ୍ତ୍ର ଦଳ ଜବତକରି କ୍ରେନ୍ ସହାୟତାରେ ଉଠାଇ ନେଇଥିଲେ।
ମହଙ୍ଗା ପଡ଼ିଲା ବେଆଇନ ପାର୍କିଂ; ଗୋଟିଏ କାର୍, ୭ ବାଇକ୍କୁ ଉଠାଇଲା ଆର୍ଏମ୍ସି
୩୦ ଅମାନିଆଙ୍କୁ ଜରିମାନା
/sambad/media/post_attachments/wp-content/uploads/2022/11/b4097bbc-e69b-46ee-99ab-ff28919d2323.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)