ସବୁ ମହାମାରୀରେ ଦ୍ବିତୀୟ ଲହରର ପ୍ରକୋପ ପ୍ରଥମ ତୁଳନାରେ ଅଧିକ ଥାଏ, ଆମକୁ ପୂର୍ବ ଭଳି ସତର୍କ ରହିବାକୁ ହେବ : ଆରଏମଆରସି ନିର୍ଦ୍ଦେଶିକା

ଭୁବନେଶ୍ବର : ଏଥର କରୋନା ସଂକ୍ରମଣ ବଢିବାର ଏକାଧିକ କାରଣ ରହିଛି । କରୋନାର ଏକାଧିକ ରୂପ ଯୋଗୁଁ ସଂକ୍ରମଣ ବଢୁଛି । ଅଧିକାଂଶ ସମୟରେ ଦେଖାଯାଇଛି ଗୋଟିଏ ମହାମାରୀର ପ୍ରଥମ ଲହର ଅପେକ୍ଷା ୨ୟ ଲହରର ବେଗ ଅଧିକ ଥାଏ ।  ଲୋକଙ୍କ ସତର୍କତା କମିବା ମଧ୍ୟ ସଂକ୍ରମଣ ବଢିବାର କାରଣ । କିନ୍ତୁ ଆମେ ପୂର୍ବ ଭଳି ସତର୍କ ରହିଲେ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବ ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି ।

ସେ କହିଛନ୍ତି ଯେ , ଟିକା ନେବା ସତ୍ତ୍ବେ ମାସ୍କ ପିନ୍ଧନ୍ତୁ ଓ କୋଭିଡ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ନିଜକୁ ଏକାନ୍ତବାସରେ ରଖନ୍ତୁ ଓ ୩ ରୁ ୫ ଦିନ ମଧ୍ୟରେ ପରୀକ୍ଷା କରନ୍ତୁ ।  ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲେ ବି ଯଦି ଲକ୍ଷଣ ଜାରି ରହୁଛି ତେବେ ଆଉ ଥରେ ପରୀକ୍ଷା କରନ୍ତୁ ।

ଅନ୍ୟପକ୍ଷରେ ଗୋଟିଏ ପରିବାରର ସମସ୍ତେ ପଜିଟିଭ ଥିଲେ ସେମାନେ ଗୋଟିଏ ଘରେ ରହିପାରିବେ, କିନ୍ତୁ ମାସ୍କ ପିନ୍ଧିବା, ହାତ ଧୋଇବା ସହ ପରସ୍ପର ମଧ୍ୟରେ ଦୂରତ୍ବ ରକ୍ଷା କରିବେ । ଏପରି ସତର୍କତା ଅବଲମ୍ବନ କଲେ କରୋନାରୁ ରକ୍ଷା ମିଳିପାରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର