କାଶରୁ ଜଣାପଡ଼ିବ ବ୍ୟକ୍ତି କରୋନା ପଜିଟିଭ କି ନେଗେଟିଭ୍ ! ମୋବାଇଲ୍ ଆପ୍ ଜରିଆରେ ହେବ ପରୀକ୍ଷଣ

ଭୁବନେଶ୍ୱର: ସାଧାରଣ କାଶ ଓ କରୋନା କାଶ ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ଗବେଷଣା ଚାଲିଥିବା ନେଇ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ନିପି ଓ ଆରଏମଆରସିର ସହଭାଗିତାରେ ଏହି ଗବେଷଣା କରାଯାଉଛି । ନିପି ପକ୍ଷରୁ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଉଛି ଯାହା ବିଭିନ୍ନ ପ୍ରକାରର କାଶର ବିଭାଗୀକରଣ କରିବା ସହିତ କେଉଁ ଧରଣର କାଶ କରୋନା ସଂକ୍ରମଣ ଦ୍ବାରା ହେଉଥାଏ ତାହା ସୂଚାଇ ଦେବ।

ନିପି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି  ଆପ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପ୍ରଯୁକ୍ତି ମାଧ୍ୟମରେ ପରିଚାଳିତ ହେବ।  ସମ୍ପୃକ୍ତ ରୋଗୀ ପ୍ରଥମେ ମୋବାଇଲରେ କାଶର ଅଡିଓକୁ ରେକର୍ଡ କରିବେ। ଏହାପରେ ଏହି ରେକର୍ଡ ହୋଇଥିବା କାଶର ଶବ୍ଦକୁ ପରୀକ୍ଷା କରାଯିବ ଏବଂ କାଶର ଶବ୍ଦରୁ କରୋନା ପଜିଟିଭ ନା ନେଗେଟିଭ ତାହା ଜାଣାପଡ଼ିଯିବ।

ଡା.ସଙ୍ଘମିତ୍ରା ପତି

 

ତେବେ ରାଜ୍ୟରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ମଧ୍ୟ ଆରଏମଆରସି ନିର୍ଦ୍ଦେଶିକା ପ୍ରତିକ୍ରିୟା ରଖି କହିଛନ୍ତି, ଟେଷ୍ଟ, ଟ୍ରେସ ଓ ଟ୍ରିଟମେଂଟ ପାଇଁ ରାଜ୍ୟରେ ଅଧିକ ପଜିଟିଭ ବାହାରୁଛି ଏବଂ ପଜିଟିଭ ଅଧିକ ଚିହ୍ନଟ ହେଉଥିବାରୁ ସ୍ଥାନୀୟ ସଂକ୍ରମଣ ଅଧିକ ବାହାରୁଥିବା ଦେଖାଯାଇଛି ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋଲଜିକାଲ ସର୍ଭେ ରିପୋର୍ଟ ଆସିବା ପରେ ହିଁ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାହା ଜଣାପଡିବ । ତେବେ ପୁରୀରେ କମ୍ୟୁନିଟି ସର୍ଭେ କରାଯାଇଥିଲା । ଏହି ସର୍ଭେରେ ପଜିଟିଭ ସଂଖ୍ୟା କମ ଥିବାରୁ କମ୍‌ ଆଣ୍ଟିବଡି ବାହାରିଛି। ଏତଦ୍‌ ବ୍ୟତୀତ ଗଞ୍ଜାମରେ ଅଗଷ୍ଟ ପ୍ରଥମ ସପ୍ତାହରୁ ସେରୋଲଜିକାଲ ସର୍ଭେ ଆରମ୍ଭ ହେବାକୁ ଯାଉଛି। ଏହାପରେ ଗଂଜାମରେ ଆଣ୍ଟିବଡ଼ି ବିକଶିତ ହୋଇଛି କି ନାହିଁ ତାହା ଜଣାପଡିବ ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି।

ସମ୍ବନ୍ଧିତ ଖବର