ଭୁବନେଶ୍ବର : ରାଜ୍ୟରେ କରୋନା ମୁକାବିଲା ପାଇଁ ୫ ହଜାର ରାପିଡ୍ ଆଣ୍ଟିଜେନ୍ କିଟ୍ ଯୋଗାଇ ଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛି ଆର୍ଏମ୍ଆରସି। ଆର୍ଏମ୍ଆରସିର ନିର୍ଦେଶିକା ଡା. ସଂଘମିତ୍ରା ପତି ଆଜି ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଚିଠି ଲେଖି ଏହି କିଟ୍ ଯୋଗାଇଦେଲେ ରାଜ୍ୟରେ କୋଭିଡ୍ ପରୀକ୍ଷା ବଢ଼ିବା ସହ ଟେଷ୍ଟ-ଟ୍ରାକ୍-ଟ୍ରିଟ୍ ରଣନୀତି ସଫଳ ହୋଇପାରିବ ବୋଲି ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓ ଆଇସିଏମ୍ଆର ଅଧ୍ୟକ୍ଷ ଗତକାଲି ମିଳିତ ଭାବେ ରାଜ୍ୟ ସରକାରମାନଙ୍କୁ କୋଭିଡ୍ ପରୀକ୍ଷା ବଢ଼ାଇବା ଲାଗି ଚିଠି ଲେଖିଥିଲେ। କିଛି ରାଜ୍ୟ ନିଜର ଧାର୍ଯ୍ୟ କ୍ଷମତାଠାରୁ କମ୍ ପରୀକ୍ଷା କରୁଥିବା ନଜରକୁ ଆସିବା ପରେ କେନ୍ଦ୍ର ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା। ତେବେ ଏହାର ଗୋଟିଏ ଦିନ ନ ପୂରୁଣୁ ଆରଏମ୍ଆରସି ଆଣ୍ଟିଜେନ୍ କିଟ୍ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ଆଜି ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗରେ ଏକ ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ ଆଲୋଚନା ହୋଇଥିଲା। ଆଇସିଏମ୍ଆର ପକ୍ଷରୁ ରାପିଡ୍ ଆଣ୍ଟିଜେନ୍ କିଟ୍କୁ ଅନୁମୋଦନ କରାଯାଇଛି। ତେଣୁ ରାଜ୍ୟରେ କରୋନା ମୁକାବିଲା ଦିଗରେ ଆଣ୍ଟିଜେନ୍ କିଟ୍ ବେଶ୍ ଫଳପ୍ରଦ ହେବ ବୋଲି ଆର୍ଏମ୍ଆରସି ପକ୍ଷରୁ କୁହାଯାଇଛି।
୫ହଜାର ରାପିଡ ଆଣ୍ଟିଜେନ୍ କିଟ୍ ଦିଅ, ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଲା ଆରଏମ୍ଆରସି
/sambad/media/post_attachments/wp-content/uploads/2020/07/rapid-antgen-test.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)