ହରଭଙ୍ଗା: ବୌଦ୍ଧ-ନୟାଗଡ଼ ଜିଲ୍ଲା ସୀମାନ୍ତ ଟାକରା ଘାଟି ଉପରେ ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ସହିତ ଓଡ଼ିଶା ରାଜ୍ୟ ପରିବହନ ନିଗମର ଜଟଣୀ-କଣ୍ଟାମାଲ ବସ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଟ୍ରକ ଚାଳକଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ବସ୍ ଡ୍ରାଇଭରଙ୍କ ସମେତ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି।

Advertisment

ଘଟଣା ଜଣାପଡିବା ପରେ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସହ ଦଶପଲ୍ଲା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଟ୍ରକ ଭିତରେ ଚାପି ହୋଇ ରହିଥିବା ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ବୌଦ୍ଧ କଣ୍ଟାମାଳ ଅଞ୍ଚଳର କିଛି ଯାତ୍ରୀ ଥିବା ଆଶଙ୍କା ଥିବାରୁ ଏହାକୁ ନେଇ ବୌଦ୍ଧ ଜିଲ୍ଲାରେ ଗଭୀର ଶୋକ ପ୍ରକାଶ ପାଇଛି।