ତରଭା: ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ଜମ୍ମୁର କଟରାରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସୁବର୍ଣ୍ଣପୁରଜିଲ୍ଲା ତରଭାର ଯୋଗେନ୍ଦ୍ର ମଟାରୀ, ବିଚିତ୍ର ସାହୁ ଏବଂ ତାଙ୍କ ସ୍ତ୍ରୀ’ କବିତା ସାହୁ। ସେଠାକାର ସ୍ଥାନୀୟ ଅଟୋଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ତରଭାର ୨ଟି ପରିବାରର ୭ ଜଣ ମିଶି ଜମ୍ମୁକାଶ୍ମୀରର କଟରା ନିକଟରେ ଅବସ୍ଥିତ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ। ଏଥିରେ ଯୋଗେନ୍ଦ୍ର ମଟାରୀ (୬୬), ତାଙ୍କ ପତ୍ନୀ ସ୍ନେହଲତା ମଟାରୀ, ତାଙ୍କ ପୁଅ, ପୁତ୍ରବଧୂ, ଝିଅ, ବିଚିତ୍ର ସାହୁ (୬୭), ତାଙ୍କ ସ୍ତ୍ରୀ’ କବିତା ସାହୁ (୫୮) ଥିଲେ। ମଙ୍ଗଳବାର ମା’ ବୈଷ୍ଣୋଦେବୀଙ୍କ ଦର୍ଶନ କରି ସମସ୍ତେ ହେଲିକପ୍ଟର ସାହାଯ୍ୟରେ କଟରାକୁ ଫେରିଥିଲେ। କଟରା ହେଲିପ୍ୟାଡ୍ରୁ ତୀର୍ଥଯାତ୍ରୀ ଦଳର ୪ଜଣ ଯାକ ବରିଷ୍ଠ ସଦସ୍ୟ ଯୋଗେନ୍ଦ୍ର, ସ୍ନେହଲତା, ବିଚିତ୍ର ଏବଂ କବିତା ଏକ ଅଟୋରେ ହୋଟେଲକୁ ଫେରୁଥିଲେ। ଅନ୍ୟମାନେ ଚାଲିଚାଲି ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବସ୍ ଉକ୍ତ ଅଟୋକୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଅଟୋଚାଳକଙ୍କ ସହ ଯୋଗେନ୍ଦ୍ର ଏବଂ ବିଚିତ୍ରଙ୍କ ମୃତ୍ୟୁ ଘଟିଥିଲା। କବିତା ଓ ସ୍ନେହଲତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ କଟରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଜମ୍ମୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାବେଳେ ରାସ୍ତାରେ କବିତାଙ୍କ ମୃତ୍ୟୁ ହୋଇଥିଲା। ସ୍ନେହଲତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ସୂଚନା ମିଳିଛି।
କଟରାରେ ସଡ଼କ ଦୁର୍ଘଟଣା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ
ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ଜମ୍ମୁର କଟରାରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ....
/sambad/media/media_files/2025/10/15/untitled-14-2025-10-15-07-42-30.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)