ବାଇକ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‌

ଆନନ୍ଦପୁର : ଆନନ୍ଦପୁର ବ୍ରିଜ୍‌ ଛକରେ ଜଣେ ବାଇକ୍‌ ଚାଳକଙ୍କ ଉପରେ ଟ୍ରକ୍‌ ଚଢିଯିବାକୁ କେନ୍ଦ୍ର କରି ଆଜି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ସହିତ ବଜାର ବନ୍ଦ କରିଥିଲେ।

ସୂଚନା ଅନୁଯାୟୀ, ବ୍ରିଜ୍‌ ଛକରେ ଟି’ ଷ୍ଟଲ୍‌ କରିଥିବା ଅକ୍ଷୟ ରଣା (୪୩) ଦିନ ପ୍ରାୟ ୧୨ଟା ବେଳେ ବାଇକ୍‌ରେ ଆସୁଥିବା ବେଳେ ଏକ ଦଶଚକିଆ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା। ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଖବର ପାଇ ଶହ ଶହ ଲୋକ ବ୍ରିଜ୍‌ ଛକରେ ପହଞ୍ଚି ଡ୍ରାଇଭରକୁ ନିସ୍ତୁକ୍‌ ମାଡ଼ ମାରିବା ସହିତ ଟ୍ରକକୁ ଭଙ୍ଗାରୁଜା କରିଥିଲେ। ପ୍ରତିବାଦରେ ଲୋକମାନେ ଟାୟାର ଜାଳି ବ୍ରିଜ୍‌ ଛକରେ ରାସ୍ତା ଅବରୋଧ କରିବା ସହିତ ବଜାର ବନ୍ଦ କରିଥିଲେ। ରିପୋର୍ଟ ଲେଖା ହେବା ଯାଏ ରାସ୍ତାରୋକ ଜାରି ରହିଥିଲା। ରାସ୍ତାରୋକ ଯୋଗୁ ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିଲା।

ସମ୍ବନ୍ଧିତ ଖବର