ଦୁର୍ଘଟଣାରେ ୪ ମୃତ, ମୃତକଙ୍କ ମଧ୍ୟରେ ୨ ଛାତ୍ର

ରାଉରକେଲା/ବନ୍ତ : ରାଉରକେଲା ଓ ଭଦ୍ରକର ବନ୍ତରେ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରାଉରକେଲାର ୨ ଛାତ୍ର। ଏହି ଛାତ୍ରଦ୍ବୟ ପରେଡରେ ଅଂଶଗ୍ରହଣ କରି ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ଦୁହେଁ ହେଲେ ଫର୍ଟିଲାଇଜର ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲର ଦୁଇଜଣ ଅଷ୍ଟମ ଶ୍ରେଣୀର ଛାତ୍ର ହରିଶ ମୁର୍ମୁ ଓ ସୌମ୍ୟରଞ୍ଜନ ପାତ୍ର । ପରେଡ୍‌ ସରିବା ପରେ ଅପରାହ୍ନ ପ୍ରାୟ ଦେଢ଼ଟାରେ ଦୁହେଁ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ଭଦ୍ରକ ଜିଲ୍ଲାର ବନ୍ତ ବାରିକପୁର ରାସ୍ତାର କେନ୍ଦୁଆପଦା ଫାଣ୍ତି ଅନ୍ତର୍ଗତ ଗୋବିନ୍ଦପୁର ବଜାର ନିକଟରେ ଆଜି ସନ୍ଧ୍ୟାରେ ଏକ ବାଉଁଶ ବୋଝେଇ ଟ୍ରାକ୍ଟର ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ୨ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଦୁହେଁ ହେଲେ, ବନ୍ତ ଥାନା ଅନ୍ତର୍ଗତ ଚାରିଘରିଆ ଗ୍ରାମର ନାଣ୍ତୁ ବସନ୍ତିଆଙ୍କ ପୁଅ ରାଧାମାଧବ ବସନ୍ତିଆ ଓ ଚୈତନ୍ୟ ପ୍ରଧାନଙ୍କ ପୁଅ ଆଲୋକ ପ୍ରଧାନ।

ସମ୍ବନ୍ଧିତ ଖବର