ସଡ଼କ ଦୁର୍ଘଟଣାରେ ୧୫ ବର୍ଷରେ ମଲେଣି ୬୨,୧୫୧ ଜଣ

୫ବର୍ଷରେ ଅଜଣା ଗାଡ଼ି ଧକ୍କାରେ ମରିଛନ୍ତି ୪୯୪୭, ସହାୟତା ପାଇଛନ୍ତି ୩୬୨ଜଣ

ଭୁବନେଶ୍ବର : ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିବହନ ବିଭାଗର ସୂଚନା ଅନୁଯାୟୀ, ୨୦୦୮ରୁ ୨୦୨୨, ମେ ପର୍ଯ୍ୟନ୍ତ ୬୨୧୫୧ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସବୁଠୁ ଅଧିକ ଦୁର୍ଘଟଣା ଜନିତ ମୃତ୍ୟୁ ୨୦୧୯ରେ ହୋଇଛି। ଏହି ବର୍ଷ ୫୩୩୩ ଜଣଙ୍କର ମୃତ୍ୟୁ ହୋଇଛି।
ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସୂଚନା ଅନୁଯାୟୀ, ୨୦୦୮ରେ ୩୦୭୯ଜଣ, ୨୦୦୯ରେ ୩୫୨୭, ୨୦୧୦ରେ ୩୮୩୭, ୨୦୧୧‌େର ୩୮୦୨, ୨୦୧୨ରେ ୩୭୦୧, ୨୦୧୩ରେ ୪୦୬୨, ୨୦୧୪ରେ ୩୭୬୫, ୨୦୧୫ରେ ୪୩୦୩, ୨୦୧୬ରେ ୪୪୬୩, ୨୦୧୭ରେ ୪୭୯୦, ୨୦୧୮ରେ ୫୩୧୩, ୨୦୧୯ରେ ୫୩୩୩, ୨୦୨୦ରେ ୪୭୩୮, ୨୦୨୧ରେ ୫୦୮୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୨୨ରେ ଜାନୁଆରିରୁ ମେ ମଧ୍ୟରେ ୨୩୫୭ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବିଧାୟକ ନବଚରଣ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ ଏହି ସୂଚନା ଦେଇଛନ୍ତି।

୫ବର୍ଷରେ ଅଜଣା ଗାଡ଼ି ଧକ୍କାରେ ମରିଛନ୍ତି ୪୯୪୭, ସହାୟତା ପାଇଛନ୍ତି ୩୬୨ଜଣ
ଭୁବନେଶ୍ବର : ଗତ ୫ବର୍ଷରେ ରାଜ୍ୟରେ ୪୯୪୭ଜଣ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି। ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କିମ୍ବା ଗୁରୁତର ଆହତ ହେଉଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସୋଲାସିୟମ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବାର ନିୟମ ଅଛି। ହେଲେ ଯେତିକି ଲୋକଙ୍କର ମୃତ୍ୟୁ ହୋଇଛି ବି ଗୁରୁତର ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୩୬୨ଜଣ ଏହି ସରକାରୀ ସହାୟତା ପାଇଛନ୍ତି। ୨୦୧୯ରେ ୨୯ଜଣ, ୨୦୨୦ରେ ୬୩ଜଣ, ୨୦୨୧ରେ ୧୬୪ଜଣ ଏବଂ ୨୦୨୨ରେ (ଜୁନ୍‌ ପର୍ଯ୍ୟନ୍ତ) ୧୧୬ଜଣ ଏହି ସହାୟତା ପାଇଛନ୍ତି।
ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର