ଚୋର ଡକାୟତ କବଳରୁ ରକ୍ଷା ଦାବିରେ ରାସ୍ତାରୋକ

ଖଲିଆକାନି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଚୋରି ଓ ଡକାୟତିର ଆତଙ୍କ ବଢ଼ିବାରେ ଲାଗିଛି। ଚୋର ଡକାୟତଙ୍କ କବଳରୁ ରକ୍ଷା କରିବାକୁ ଖମାର ହଳଦୀ ବିଜୁଏକ୍ସପ୍ରେସ ରାସ୍ତାରେ ପାଞ୍ଜିଆ ଓ ବେହେରାଗୁଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଧାରଣା ଦିଆଯାଇଛି।

ଅକ୍ଷୟ ମାଝୀ ଓ ରାମ ନିଆଲଙ୍କ ନେତୃତ୍ବରେ ହୋଇଥିବା ଧାରଣାରେ ଉଭୟ ଗାଁର ବହୁ ପୁରୁଷ ଓ ମହିଳା ଯୋଗଦେଇ ରାଜରାସ୍ତା ଅବରୋଧ କରିଥିଲେ। ପରେ ଫାଣ୍ଡି ଅଧିକାରୀ ହେମନ୍ତ ହରିଜନ ଓ ମହାଦେବ ସୁନାନୀ ଆନ୍ଦୋଳନସ୍ଥଳୀକୁ ଆସି ଉଭୟ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର