ହରଭଙ୍ଗା : ହରଭଙ୍ଗା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଗଭୀର ଭାବରେ ପ୍ରବାହିତ ହୋଇଛି। ସୋମବାର ଅପରାହ୍ଣ ୨ଟାରେ ଚାରିଛକ-କୁଶଙ୍ଗ ପୂର୍ତ୍ତ ରାସ୍ତାରେ ଏକ ବିଶାଳକାୟ ତେନ୍ତୁଳି ଗଛ ମାଡ଼ି ବସିବାରୁ ଦୀର୍ଘ ୩ଘଣ୍ଟା ଧରି ଏହି ରାସ୍ତାରେ ଗମନାଗମନ ବ୍ୟାହତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଗୁଡିକ ଅଟକି ରହିଥିଲା। ସୂଚନା ପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ସେଠାରେ ପହଞ୍ଚି ଗଛ କାଟି ସଫାକରିବା କରିବା ପରେ ଅର୍ଥାତ୍ ପ୍ରାୟ ୩ ଘଣ୍ଟା ପରେ ଯାନବାହନ ଗମନାଗମନ ସ୍ୱାଭାବିକ ହୋଇଥିଲା।
ଲଗାଣ ବର୍ଷା ଯୋଗୁଁ ପୂର୍ତ୍ତରାସ୍ତାରେ ପଡ଼ିଲା ଗଛ
/sambad/media/post_attachments/wp-content/uploads/2021/09/7b28e17c-ae5c-4c63-9fc9-5495682ccac7.jpg)