୫୯ ନମ୍ବର ଜାତୀୟ ରାଜପଥରେ ଧୋଇଗଲା ଡାଇଭର୍ସନ, ୪ଟି ଜିଲ୍ଲାକୁ ଯୋଗାଯୋଗ ବିଛିନ୍ନ

ବାଲିଗୁଡା: କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ହେବା ଯୋଗୁଁ ଧୋଇଯାଇଛି ଗୋପାଳପୁର -ରାୟପୁର ୫୯ ଜାତୀୟ ରାଜପଥର ଵାଟାଗୁଡ଼ା ଡାଇଭର୍ସନ | ଯାହାଫଳରେ କନ୍ଧମାଳ ଜିଲ୍ଲାର କୋଟଗଡ ଓ ତୁମୁଡିବନ୍ଧ ବ୍ଲକ ସମେତ ରାୟଗଡା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଯୋଗାଯୋଗ ବିଛିନ୍ନ ହୋଇଛି | ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ଟ୍ରକ, ବସ ଅଟକିରହିଛି |

ମିଳିଥିବା ସୂଚନା ମୁତାବକ ଲଗାଣ ବର୍ଷା ହେବା ଫଳରେ ପ୍ରବଳ ପାଣି ଆସି ଗୋପାଳପୁର -ରାୟପୁର ୫୯ ଜାତୀୟ ରାଜପଥର ଵାଟାଗୁଡ଼ାଠାରେ ଥିବା ଡାଇଭର୍ସନକୁ ଧୋଇନେଇଥିଲା | ଏହି ରାସ୍ତାଟି ଜିଲ୍ଲା ଓ ଜିଲ୍ଲା ବାହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ରାସ୍ତା ହୋଇଥିବାବେଳେ ଏବେ ଦୁଇ ପାର୍ଶ୍ୱରେ ବହୁ ସଂଖ୍ୟର ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି |

ତେବେ ଦୁଇ ସପ୍ତାହ ମଧ୍ୟରେ ୩ ଥର ଏହି ରାସ୍ତା ଧୋଇହୋଇଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି | ଅନ୍ୟପଟେ ତୁମୁଡିବନ୍ଧ ଜଳେଶ୍ୱର ପୀଠ ରେ ପାଣି ଢାଳି ଫେରୁଥିବାବେଳେ ଶହଶହ କାଉଡିଆ ମଧ୍ୟ ଅଟକି ରହିଛନ୍ତି | ଏହା ଛଡା ତୁମୁଡିବନ୍ଧ ବ୍ଲକର ରାହୁଳ ଓ ଉତ୍ତେଇ ନଦୀ ରେ ବନ୍ୟା ଜଳ ଆସି ଲଙ୍କାଗଡ, ଝିରୀପାଣି ଓ ଭଣ୍ଡାରଙ୍ଗି ୩ ପଞ୍ଚାୟତ ଜଳବନ୍ଦୀ ହୋଇଛି |

ସମ୍ବନ୍ଧିତ ଖବର