ଉମରକୋଟ : ବର୍ଷେ ହେଲାଣି ଶ୍ମଶାନ ପାଇଁ ଜାଗା ଟି ପାଇଁ ରାଜସ୍ଵ ବିଭାଗ କୁ ଗୁହାରି କରିଥିଲେ କିନ୍ତୁ ସ୍ଥାନ ଦେଖାଇବାରେ ବିଳମ୍ବ ହେବା ଯୋଗୁଁ ଏହି ଭଳି ପରିସ୍ଥିତି ଉପୁଜିଛି। କଫିନ ବକ୍ସ କୁ ରାସ୍ତା ଉପରେ ରଖି ବିରୋଧ ପ୍ରଦର୍ଶନ କରିବା ସହ ଟାୟାର ଜାଳି ପିଡ଼ିତା ଙ୍କ ପରିବାର ଓ ସେହି ସମ୍ପ୍ରଦାୟ ର ଲୋକେ ରାସ୍ତା ରୋକ କରିଥିଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲା ର  ଉମରକୋଟ ସହରରେ। ଏହି ରାସ୍ତା ରୋକ କରିଛନ୍ତି ପେଣ୍ଟି କୋଷ୍ଟାଲ ଚର୍ଚ୍ଚ କୁ ବିଶ୍ଵାସ କରୁଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ର ଲୋକେ।

Advertisment

ଆଜି ଏହି ସମ୍ପ୍ରଦାୟ ର ଜଣେ ୨୦ ବର୍ଷ ଯୁବତୀ ପୁଷ୍ପାଞ୍ଜଳି ବାଘ ଙ୍କ ର ମୃତ୍ୟୁ ଘଟିଥିଲା।  ତେବେ ପରିବାର ଲୋକେ ନିକଟସ୍ଥ ଏକ ହିନ୍ଦୁ ଶ୍ମଶାନ ନିକଟ ରେ ସବ କୁ କବର ଦେବା ପାଇଁ ଯାଇଥିଲେ। କିନ୍ତୁ ସେଠାରେ ହିନ୍ଦୁ ସଂପ୍ରଦାୟ ର ଲୋକେ ବିରୋଧ କରିବାରୁ କବର ଦେଇ ପାରିନଥିଲେ।  ଏହା ପରେ ଘଟଣା ର ସମାଧାନ ପାଇଁ ଏହି ୨ ଗୋଷ୍ଠୀ ଲୋକେ ଉମରକୋଟ ତହସିଲ କାର୍ଯ୍ୟାଳୟ କୁ ଯାଇଥିଲେ। ସେଠାରେ ଅତିରିକ୍ତ ତହସିଲଦାର ଉମେଶ ପୂଜାରୀ ଉମରକୋଟ ସହର ନିକଟସ୍ଥ ଏକଟାଗୁଡା ଠାରେ ସ୍ମଶାନ ପାଇଁ ଜାଗା ଦେବା ପାଇଁ କହିଥିଲେ। କିନ୍ତୁ ଏହି ଜାଗା ବହୁତ ଦୂର ହେଇଯିବ ଆମକୁ ଆମ ସାହି ନିକଟ ରେ ଜାଗା ଦେବା ପାଇଁ ଜିଦ ଧରିଥିଲେ। କିନ୍ତୁ ଏଥିରେ ପ୍ରଶାସନ ଶୁଣି ନଥିଲା।

ଏଥିରେ ପୀଡିତ ସମ୍ପ୍ରଦାୟ ର ଲୋକେ ଉତ୍ୟକ୍ତ ହୋଇ ପ୍ରାୟ ଦିନ ୩ ଟା ସମୟ ରେ ରାସ୍ତା ଉପରେ କଫିନ କୁ ରଖି ଉତ୍ୟକ୍ତ ଲୋକେ ଟାୟାର ଜାଳି ଉମରକୋଟ ସହର ର ଡଙ୍ଗରିସାହି ନିକଟ ରେ ୩୯ ନମ୍ବର ରାଜ୍ୟ ରାଜ ପଥ କୁ ଅବରୋଧ କରି ରଖିଥିଲେ । ଫଳ ରେ ଉମରକୋଟ ଓ ପଡୋଶି ଛତିଶଗଡ ର କୋଣ୍ଡାଗାଁ ସହର ମଧ୍ୟରେ ଯାନବାହାନ ଚଳାଚଳ ବନ୍ଧ ହୋଇଯାଇଥିଲା।  ଖବର ପାଇ ଉମରକୋଟ ତହସିଲଦାର ଏନ୍ ଜଗତ ଜିବନ ଚୌଧୁରୀ, ଆଇଆଇସି ଦୀପକ କୁମାର ଜେନା, ସବ ଇନ୍ସପେକ୍ଟର ଖଗେଶ୍ବର ଖୋସଲା, ସବ ଇନ୍ସପେକ୍ଟର ନିଲିମା ପାଣିଗ୍ରାହୀ  ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝା ସୁଝ। କରିବା ପାଇଁ ଚେଷ୍ଟା କରିଥିଲେ।

publive-image

ପରେ ବହୁ ବୁଝା ସୁଝା କରିବା ପରେ ଏକଟାଗୁଡା ଠାରେ ହିଁ ସ୍ମଶାନ ଦେବା ପାଇଁ ସମ୍ମତି ପ୍ରକାଶ ପାଇଥିଲା। ପରେ ଏକଟାଗୁଡା ଜାଇ  ଉମରକୋଟ ତହସିଲଦାର ଏନ୍ ଜଗତ ଜିବନ ଚୌଧୁରୀ, ଆଇଆଇସି ଦୀପକ କୁମାର ଜେନା , ଅତିରିକ୍ତ ତହସିଲଦାର ଉମେଶ ପୂଜାରୀ,ରାଜସ୍ୱ ନିରୀକ୍ଷକ ଶିବାନନ୍ଦ ରାଉତ , ସବ ଇନ୍ସପେକ୍ଟର ଖଗେଶ୍ବର ଖୋସଲା ପ୍ରମୁଖ ଯାଇଁ ଜେସିବି ମେସିନ ଲଗାଇ  ସରକାରି ଜାଗା କୁ ସମତଳ କରି ସ୍ମଶାନ ପାଇଁ ଜାଗା ନିରୂପଣ କରିଥିଲେ।