ଭଦ୍ରକ/ଧାମରା: ବୁଧବାର ଦିନ ଭଦ୍ରକ ଜିଲ୍ଲା ଧାମରା ବଜାରରେ ଥିବା କବାଡ଼ିଆ ଦୋକାନରେ ଏକ ସଂଦିଗ୍ଧ ଜିନିଷକୁ ଦୁଇଜଣ ଶ୍ରମିକ ତରଳାଉ ଥିଲେ। ଏହି ସମୟରେ ତାହା ବିସ୍ଫୋରଣ ହୋଇଥିଲା। ଫଳରେ ସଂପୃକ୍ତ ଦୁଇଜଣ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ମୃତକଙ୍କ ପରିବାର ଲୋକ ଅନୁକମ୍ପା ରାଶି ପ୍ରଦାନ ଓ ଦୋଷୀକୁ ଦଣ୍ଡ ଦାବିରେ ଆନ୍ଦୋଳନ କରିଥିବା ଜଣାପଡ଼ିଛି।
ଧାମରା ବଜାରରେ ସତ୍ୟେନ କାମିଳିଆ କବାଡ଼ିଆ ବ୍ୟବସାୟ କରନ୍ତି। ଗତକାଲି ଅପରାହ୍ନ ୫ଟା ବେଳେ ଦୋକାନରେ କିଣା ହୋଇଥିବା ଏକ ସଂଦିଗ୍ଧ ଜିନିଷକୁ ଶ୍ରମିକ ଭାବେ କାମ କରୁଥିବା କଇଥଖୋଲା ଗ୍ରାମର ସେକ କଇମତ (୭୨) ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଗ୍ରାମର ହରିହର କାମିଳିଆ (୩୫) ତରଳାଉ ଥିଲେ। ତେବେ ଉକ୍ତ ଜିନିଷଟି ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ହରିହରଙ୍କ ମୃତ୍ୟୁ ହୋଇଥିବା ବେଳେ କଇମତ ଗୁରୁତର ଆହତ ହୋଇଥିଲେ।
ଗୋଟିଏ ପଟେ ଧାମରା ଥାନାଧିକାରୀ ଶ୍ରୀକାନ୍ତ ପତି କୋଦାନ ମାଲିକ ଓ ତାଙ୍କ ପୁଅକୁ ଅଟକ ରଖିଛନ୍ତି ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରିଛି। ଅନ୍ୟପଟେ ଅନୁକମ୍ପା ରାଶି ପ୍ରଦାନ ଓ ଦୋଷୀକୁ ଦଣ୍ଡ ଦାବିରେ ମୃତକଙ୍କ ପରିବାର ଲୋକ ଧାମରା ରାସ୍ତାରେ ଶବ ରଖି ଆନ୍ଦୋଳନ କରିଛନ୍ତି। ତେବେ ଦୁର୍ଘଟଣା ପଛର ଠିକ୍ କାରଣ ଏଯାଏ ଜଣାପଡ଼ି ନାହିଁ। ସେପଟେ ସଂପୃକ୍ତ କବାଡ଼ିଆ ଦୋକାନୀ ସାତ୍ୟେନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/29c6e692-8482-4a44-b498-7e95bf1a3a79.jpg)