ଫୁଲବାଣୀ ସହର ରାସ୍ତା ୪ ଫୁଟ ଦବିଗଲା

ଫୁଲବାଣୀ : ଫୁଲବାଣୀ ସହର ଏଫ୍‌ସିଆଇ ଛକ ନିକଟସ୍ଥ ଜାତୀୟ ରାଜପଥରେ ଆଜି ୪ଫୁଟ ତଳକୁ ରାସ୍ତା ଦବିଯାଇଛି।

ଅପରାହ୍ନରେ ହଠାତ୍ ରାସ୍ତା ଦବି ଯିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଅନ୍ୟପକ୍ଷରେ, ଫୁଲବାଣୀରୁ ଭୁବନେଶ୍ବର ଓ ବୌଦ୍ଧ ଯା’ଆସ କରୁଥିବା ଯାନବାହାନକୁ ସତର୍କତାର ସହ ଯିବାକୁ ପଡ଼ିଛି। ଲଗାଣ ବର୍ଷାରେ ରାସ୍ତା ଦୁର୍ବଳ ହୋଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ତେବେ, ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୁଲିସ୍‌ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ସମ୍ବନ୍ଧିତ ଖବର