ଲଗାଣ ବର୍ଷାରେ ପୋଲ ବୁଡ଼ିଲା, ମାଲକାନଗିରିରୁ କାଲିମେଳା ବିଚ୍ଛିନ୍ନ

କାଲିମେଳା : ଲଘୁଚାପ ପ୍ରଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଏହି ଲଗାଣ ବର୍ଷାରେ ଆଜି କାଙ୍ଗୁରକୋଣ୍ଡା ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ଚାଲୁଥିବା ଦେଖିବାକୁ ମିଳିିଛି। ଫଳରେ, ମାଲକାନଗିରିଠାରୁ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ମଧ୍ୟାହ୍ନ ପ୍ରାୟ ୧୨ଟାରୁ ପୋଲ ବୁଡ଼ି ରହିଛି ଏବଂ ସଂଧ୍ୟା ୭ଟା ସୁଦ୍ଧା ପୋଲ ଉପରେ ପ୍ରାୟ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ଆଜି ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ କାଲିମେଳାକୁ ସଂଯୋଗ କରୁଥିବା ୩୨୬ନଂ ଜାତୀୟ ରାଜପଥର କାଂଗୁରକୋଣ୍ଡା ପୋଲ ଉପରେ ହଠାତ୍ ବନ୍ୟାଜଳ ପ୍ରବାହିତ ହୋଇଥିଲା। ତେଣୁ ମାଲକାନଗିରି-କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଯଦି ଏମିତି ସ୍ଥିତି ଲାଗି ରହିବ ତା’ହେଲେ କାଙ୍ଗୁରକୋଣ୍ଡା ଗାଁକୁ ବନ୍ୟାଜଳ ପଶିବାର ଯଥେଷ୍ଟ ସମ୍ଭାବନା ରହିଛି। ବନ୍ୟାଜଳ ପ୍ରବାହିତ ହେବାରୁ କାଙ୍ଗୁରକୋଣ୍ଡା ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ଚାଲିଛି। ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ଅନୁମାନ କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି ହେବା ସହିତ ପରିସ୍ଥିତି ପ୍ରତି ସଜାଗ ହେବା ପାଇଁ ସବୁ ବ୍ଲକ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର